ତରଭା ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର :

ବିଭିନ୍ନ ୫୮ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
ସୁବର୍ଣ୍ଣପୁର:ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ)
ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୫୮ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ୩୮ ଦରଖାସ୍ତ ବ୍ୟକ୍ତିଗତ ରହିଥିବା ବେଳେ ୨୦ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି l ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।ଏହି ଅବସରରେ ଜିଲ୍ଲା ଶ୍ରମ ବିଭାଗ ତରଫରୁ ଦମୟନ୍ତୀ ମହାଲା ଙ୍କୁ ଶିଶୁଙ୍କ ଶିକ୍ଷା ସହାୟତା ନିମନ୍ତେ ଟ. ୬୦୦୦ ହଜାର, ସନ୍ତୋଷିନୀ ମଲ୍ଲିକ ଙ୍କୁ ବିବାହ ପ୍ରୋତ୍ସାହନ ସହାୟତା ନିମନ୍ତେ ୫୦,୦୦୦ ହଜାର, ଓ ଜଗଦୀଶ ପୋଢ଼ଙ୍କୁ ଅନ୍ତିମ ସଂସ୍କାର ସହାୟତା ଓ ମୃତ୍ୟୁ କାଳୀନ ସହାୟତା ନିମନ୍ତେ ୫୦୦୦ ହଜାର ଓ ୨ଲକ୍ଷ ଟଙ୍କା, ଯଶୋବନ୍ତି ଦଳବେହେରା ଙ୍କୁ ମେଟରନିଟି ବେନିଫିଟ ସହାୟତା ୧୦,୦୦୦ ହଜାର ଟଙ୍କାର ଶ୍ରମିକ କଲ୍ୟାଣ ଆର୍ଥିକ ସହାୟତା ର ଡେମୋ ଚେକ୍ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମାଝୀ । ଏଥି ସହ ବ୍ଲକ ଅନ୍ତର୍ଗତ ହିତାଧିକାରୀଙ୍କୁ ଜିଲ୍ଲା ଶ୍ରମ ବିଭାଗ ତରଫରୁ ୨୪ ଜଣଙ୍କୁ ଝିଅ ବିବାହ ନିମନ୍ତେ ପ୍ରୋତ୍ସାହନ ସହାୟତା, ଜଣକୁ ମେଟରନିଟି ସହାୟତା, ୪୯ ଜଣଙ୍କୁ ଶିକ୍ଷା ନିମନ୍ତେ ସହାୟତା, ୩ ଜଣ ଙ୍କୁ ମୃତ୍ୟୁ କାଳୀନ ସହାୟତା, ଓ ୪ ଜଣଙ୍କୁ ଅନ୍ତିମ ସଂସ୍କାର ସହାୟତା ନିମନ୍ତେ ଅର୍ଥ ରାଶି ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଭାଗ ତରଫରୁ ସମୁଦାୟ ବିଭିନ୍ନ ୮୧ ଜଣଙ୍କୁ ମୋଟ ଟ.୨୦ ଲକ୍ଷ ୨୯ ହଜାର ଟଙ୍କାର ସହାୟତା ଅର୍ଥ ରାଶି ସେମାନଙ୍କ ସଂଚୟ ଖାତା କୁ ଅନଲାଇନ ଯୋଗେ ପ୍ରଦାନ କରାଯାଇଛି। ଏବିଡିଓ, ତରଭା ନିରଞ୍ଜନ ନାଏକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୁବର୍ଣ୍ଣପୁର ସୌମ୍ୟାରୁପା ରଥ , ସି ଡି ଏମ ଓ ଡ ଦୁର୍ଗା ଦତ୍ତ ଦାସ, ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ,ଜିଲ୍ଳା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ , ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଅଶୋକ କୁମାର ମିଶ୍ର, ଜିଲ୍ଲା ଶ୍ରମ ଅଧିକାରୀ ସବିତା ନାୟକ, ତହସିଲଦାର ତରଭା , ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଭା, ଡେପୁଟି କଲେକ୍ଟର ( ଗ୍ରୀଭେନସ ),ସମେତ ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ , ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l
What's Your Reaction?






