ଫରସରା ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ନୂଆପଡ଼ା ୧୪/୭ ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଫରସରା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜି ପି ଡି ଓ ଭୀଷ୍ମ କୁମାରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ସରିତା ନିଆଲ , ଏ ପି ଓ ରବିନାରାୟଣ ରାଉତ ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବୀନ୍ଦ୍ର ନାଗ, ଯୋଗାଣ ନିରୀକ୍ଷକ ଆଲୋକ ପାତ୍ର, ବି ଏସ ଏସ ଓ ହିତେଶ ଆଡବାହି, କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ସାହୁ,ଏ ଓ ଜୟଦେବ ଶ୍ୟାମସୁନ୍ଦର ଦାସ,ମହିଳା ପରିଦର୍ଶିକା ଅନୁସୁୟା ତାଣ୍ଡି, ବି ପି ସି ଜ୍ୟୋତି ରଞ୍ଜନ ପଣ୍ଡା,ବି ଆର୍ ସି ହେରାମ୍ୱ ବିଶ୍ଵାଳ,ସି ଆର୍ ସି ସି ଧର୍ମେନ୍ଦ୍ର ନାୟକଙ୍କ ସହ ବ୍ଲକର ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।
ପଞ୍ଚାୟତର ବୁଢ଼ୀପଦର, ଫରସରା, ରାଜପୁର, ବୋଦଲା ପଡ଼ା, ସର୍ଗିଗୁଡା ପ୍ରଭୃତି ଗାଁରୁ ସାମୁହିକ ଅଭିଯୋଗ ୬ ଟି ଓ ବ୍ୟକ୍ତିଗତ ଅଭିଯୋଗ ୩ ଟି,ଏହିଭଳି ସମୁଦାୟ ୯ ଟି ଅଭିଯୋଗର ଶୁଣାଣି ହୋଇଥିଲା। ଶିବିରରେ ନାଏବ ସରପଞ୍ଚ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ନାଏକ , ଜି ଆର୍ ଏସ ପୁଣ୍ଡରି କାକ୍ଷ ତାଣ୍ଡି, ଯୋଗାଣ ସହାୟକ ରଞ୍ଜିତ ବାଗ, ଚଲେ ଚଲୋ ଅନୁଷ୍ଠାନର ପି ଏଫ୍ ଡବ୍ଲୁ ସରସ୍ଵତୀ ପଣ୍ଡା,କୈଳାଶ ନାଏକ ପ୍ରମୁଖ ସହଯୋଗ କରିଥିଲେ
What's Your Reaction?






