ଫୋଗୋ ନେଟୱାର୍କ ର ଦୁଇ ଦିନିଆ ଯୋଜନା ପ୍ରସ୍ତୁତ ବୈଠକ

Sep 15, 2024 - 11:52
Sep 15, 2024 - 14:00
 0  17
ଫୋଗୋ ନେଟୱାର୍କ ର ଦୁଇ ଦିନିଆ ଯୋଜନା  ପ୍ରସ୍ତୁତ ବୈଠକ

କଳାହାଣ୍ଡି:ଲୋକ ଆବାଜ. ଇନ(ବ୍ୟୁରୋ )

ମ. ରାମପୁର ଫୋରମ ଫର ଗ୍ରୀନ ଗଭରନାନସ ଓଡିଶା ନେଟୱର୍କ ର କନଭେନର ସେବା ଜଗତ ର ସମ୍ପାଦକ ସତ୍ୟ ନାରାୟଣ ପଟନାୟକ ଙ୍କ ଅଧକ୍ଷତା ରେ ପୁନଃ ଆଲୋଚନା ଓ ଯୋଜନା ବୈଠକ ସେବା ଜଗତ ଅନୁଷ୍ଠାନ ର ରଙ୍ଗପଦର ସ୍ଥିତ କାର୍ଯ୍ୟାଳୟ ଠାରେ ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା ଏଠାରେ ଓଡିଶା ରାଜ୍ୟ ର ୧୦ ଜିଲ୍ଲା ର ସ୍ବେଛାସେବୀ ସଂଗଠନ ର ପ୍ରତିନିଧି ଯଥା,ହରିଦାସ ପଟେଲ ନୂଆପଡା,କାଁହୁ ଚରଣ ମହାନ୍ତି ସୁନ୍ଦରଗଡ଼,ବିଭୁତି ସାମନ୍ତରାଏ ଖୋର୍ଦ୍ଧା, ମିନତୀ ପାଢ଼ୀ ଗଜପତି, ନଟବର ପାଢ଼ୀ, ଗୌରୀ କ୍ରିଷ୍ଣା, ରାୟଗଡା ରାନୁ ମହାନ୍ତି,କନ୍ଧମାଳ ବ୍ୟାସଦେବ ବାରିକ,ସମ୍ବଲପୁର, ବରୁଣ ଶର୍ମା, କଳାହାଣ୍ଡି ପ୍ରମୁଖ ଯୋଗଦେଇ ଥିଲେ l

ସୁସ୍ଥ ଓ ସ୍ଵଛ ପରିବେଶ ପାଇଁ ସରକାର ର ମୋ ଜଙ୍ଗଲ ଜମି ଯୋଜନା କୁ ସଫଳ କରିବା ପାଇଁ ଆଗାମୀ କାର୍ଯ୍ୟପନ୍ଥା, ରଣନୀତି ପ୍ରସ୍ତୁତ କରାଯାଇଥିଲା ଓ ଜଙ୍ଗଲ ଜାତ ତଥା ଲାଗୁବାନଜାତ ଦ୍ରବ୍ୟ କୁ ନେଇ ଲୋକଙ୍କ ଚିରନ୍ତନ ଜୀବିକା ସୃଷ୍ଟି ହୋଇ ପାରିବ ତା ଉପରେ ବିଷଦ ଭାବରେ ଆଲୋଚନା କରି ଲୋକଙ୍କୁ ସଚେତନତା କରାଯାଇପାରିବ ଓ ପରିବେଶ ସନ୍ତୁଳନ କରିହେବ ସେଥିପାଇଁ କାର୍ଯ୍ୟଯୋଜନା କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ କୁ ନେଟୱାର୍କ ସଂଯୋଜକ ଟଙ୍କ ଧର ବଗର୍ତି ପରିଚାଳନା କରିଥିଲେ

 

What's Your Reaction?

like

dislike

love

funny

angry

sad

wow