ବାଲିଗୁଡ଼ା ରେ ସୁଭଦ୍ରା ଯୋଜନା ପଦଯାତ୍ରା

ବାଲିଗୁଡ଼ା:ଲୋକ୍ ଆବାଜ୍.ଇନ(ପ୍ରମୋଦ କୁମାର ଦଣ୍ଡସେନାଙ୍କ ରିପୋର୍ଟ)
କଂଧମାଳ ଜିଲ୍ଲା ସମସ୍ତ ବ୍ଲକ ପୌରପରିଷଦ ବିଜ୍ଞାପିତ ଅଞ୍ଚଳ ପରିଷଦ ସୁଭଦ୍ରା ଯୋଜନା ପଦଯାତ୍ରା ଆରମ୍ଭ ହେଇଥିବା ବେଳେ ବାଲିଗୁଡ଼ା ବ୍ଲକ୍ ର ସମସ୍ତ ଗ୍ରାମ ପଞ୍ଚାୟତ ବାଲିଗୁଡ଼ା ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୁଭଦ୍ରା ଯୋଜନା ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ବାଲିଗୁଡା ବସ ଷ୍ଟାଣ୍ଡ ନିକଟ ରୁ ଏକ ବିରାଟ ଶୋଭାଯାତ୍ରା ବାହାରି ହାତରେ ପ୍ଲା କାର୍ଡ ଧରି ସୁଭଦ୍ରା ଯୋଜନା ସମ୍ୱନ୍ଧ ରେ ଜନ ସଚେତନତା ସୃଷ୍ଟି କରାଯାଇଛି l ଆଜି ବ୍ଲକ କାର୍ଯ୍ୟଳୟରେ ବ୍ଲକ ବି ଡି ଓ ଅଚ୍ୟୁତାନନ୍ଦ ଜାନି ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଵିବେକାନନ୍ଦ ଦଳେଇ କଂଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ବ୍ଲକ୍ ପ୍ରତିନିଧି ରଞ୍ଜିତ କୁମାର ସାହୁ ଏନ୍ ଏ ସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସିଡିପିଓ କ୍ରୀଷ୍ଣା ପଣ୍ଡା ଟୋଲି ପ୍ରମୁଖ ସଞ୍ଜୟ ଦାସ , ଶୁଭାଶିଷ ମିଶ୍ର ଜଗନ୍ନାଥ ବିଷୋୟୀ ଇନ୍ଦ୍ରମଣି ପାତ୍ର ଏସ ଟି ମୋର୍ଚ୍ଚା ସଭାପତି ଚନ୍ଦ୍ର ମଲିକ ଉପସ୍ଥିତ ଥିଲେ l ସୁଭଦ୍ରା ରଥର ଶୁଭାରମ୍ଭ କରିଥିବାବେଳେ ବ୍ଲକର ଅନ୍ୟ ୧୪ ଗୋଟି ପଞ୍ଚାୟତରେ ସୁଭଦ୍ରା ରଥ ପରିକ୍ରମା କରିଥିଲା । ମିଶନ ଶକ୍ତିର ବିଭିନ୍ନ କ୍ୟାଡ଼ର,ଅଙ୍ଗନୱାଡ଼ି କର୍ମୀମାନେ ଏବଂ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ସୁଭଦ୍ରା ରଥକୁ ସ୍ଵାଗତ କରିଥିଲେ ।ସବୁ ସ୍ଥାନରେ ସରପଞ୍ଚ ଗୁଡ଼ିକ ସୁଭଦ୍ରା ଯୋଜନାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଲୋକଙ୍କୁ ଏହି ଯୋଜନାର ଲାଭ ତଥା ମହିଳା କିପରି ସ୍ବାବଲମ୍ବୀ ହେବା ସହ ଆତ୍ମନିର୍ଭରଶୀଳ ହୋଇ ପାରିବ ତାହାରି ଉପରେ ବିସ୍ତୃତ ଭାବରେ ବୁଝାଇଛନ୍ତି l
What's Your Reaction?






