ବାଞ୍ଜିପଦର୍ ଠାରେ ଏକାଠି ନୂଆ ଖାଇଲେ ମହିମାଧର୍ମି ....

କର୍ଲାମୁଣ୍ଡା: ଲୋକ ଆବାଜ୍ . ଇନ (ସତ୍ୟ ବ୍ରତ ବଗର୍ତ୍ତୀ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ର ବିଭିନ୍ନ ସ୍ଥାନ ରେ ସୋମବାର ଅଲେଖ ଧର୍ମୀ ଭକ୍ତ ମାନେ ଧୁମ୍ ଧାମରେ ନୂଆଁଖାଇ ପର୍ବ କୁ ପାଳନ କରିଥିବା ଦେଖିବାକୁ ମିଳିଛି।ଏହି ବ୍ଲକ୍ ର ରାଜପୁର ପଂଚାୟତ ବାଞ୍ଜିପଦର୍ ଗାଁ ରେ ଅଲେଖ ମହିମା ଧର୍ମୀ ଭକ୍ତ ମାନେ ଏକାଠି ହୋଇ ନୁଆଖାଇ ଥିଲେ ।ଏହି ଅବସରରେ ରବିବାର ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧୂନି ପ୍ରଜ୍ବଳନ ପୂର୍ବକ ପ୍ରଭୁଙ୍କ ନାମ ଭଜନ କୀର୍ତ୍ତନ କରାଯାଇଥିଲା।
କାର୍ଯ୍ୟକ୍ରମ ଟି ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ବାବା ଭକ୍ତ କୁମୁଦ, କୁଶ ରଣା, ମହାବୀର ରଣା, କ୍ଷମା ରଣା, କିଶୋର ରଣା, ଜୟରଥ ରଣା, ଭରତ ସାହୁ, କମ୍ବୁ ବାଗ, ଟୁପିଲାଲ ରଣା, ନରେନ୍ଦ୍ର ରଣା ପ୍ରମୁଖ ଆୟୋଜନ ରେ ସହଯୋଗ କରିଥିଲେ।ସେହିପରି ରିଷିଡା ମାତୃପୁରୀ,ତେରେସିଙ୍ଗା ବେଲପଡା,ଭଟାପଲା,ଆଦି ଅଞ୍ଚଳରେ ମହିମାଧର୍ମୀ ମାନେ ନୂଆଁ ଖାଇଥିବା ଜଣାପଡିଛି
What's Your Reaction?






