ବାଲିଗୁଡ଼ା ର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଓ ପୂର୍ବତନ ବାଲିଗୁଡ଼ା ବ୍ଲକ ବିଜେପି ସମ୍ପାଦକ ଙ୍କ ବିୟୋଗ ରେ ଶୋକ
ବାଲିଗୁଡ଼ା:ଲୋକ୍ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜିଲ୍ଲା ବାଲିଗୁଡା ର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା କରେନ୍ଦ୍ର ମାଝୀ ଏବଂ ବାଲିଗୁଡ଼ା ବ୍ଲକ୍ ବିଜେପି ସମ୍ପାଦକ ରମେଶ ଅମାୟତ ଙ୍କ ଅକାଳ ବିୟୋଗ ରେ ଦୁଇ ଅମର ଆତ୍ମାର ସଦଗତି କାମନା କରି ବାଲିଗୁଡ଼ା ନଗର ବିଜେପି ପକ୍ଷରୁ ଶୋକ ସଭା ବାଲିଗୁଡ଼ା ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି, ନଗର ସଭାପତି ମନୋଜ କୁମାର ରଥ ଙ୍କ ନେତୃତ୍ବ ରେ ଆୟୋଜିତ ଏହି ଶୋକ ସଭା ରେ ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଚରଣ ଦାସ, ବାଲିଗୁଡା ବ୍ଲକ୍ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବରିଷ୍ଠ ବିଜେପି କର୍ମୀ ଦିଗାମ୍ବର ପାଣିଗ୍ରାହୀ, ସୁରେନ୍ଦ୍ର ପାତ୍ର, ଶୁଭାଶିଷ ମିଶ୍ର, ଅଭୟ ପାତ୍ର, ସୂର୍ଯ୍ୟ ନାୟକ ଙ୍କ ସମେତ ବହୁ ସକ୍ରିୟ ସଦସ୍ୟ ଉପସ୍ଥିତ ରହି ଦୁଇ ଦିବଂଗତ ଙ୍କ ଅମର ଆତ୍ମା ଙ୍କ ଶାନ୍ତି ନିମନ୍ତେ ପ୍ରଦୀପ ପ୍ରଜ୍ଜ୍ୱଳନ ପୁଷ୍ପ ଅର୍ପଣ ସହ ଦୁଇ ମିନିଟ ନୀରବ ପ୍ରାର୍ଥନା ଏବଂ ସ୍ମୃତି ଚlରଣ କରାଯାଇ ଥିଲା l
What's Your Reaction?