ବିଜେପି ର କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ସାଙ୍ଗଠନିକ ସମାବେଶ .. କର୍ମକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେଲେ ଜିଲ୍ଲା ସଭାପତି ଓ ଧର୍ମଗଡ଼ ବିଧାୟକ

Sep 3, 2025 - 21:01
 0  19
ବିଜେପି ର କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ସାଙ୍ଗଠନିକ ସମାବେଶ                            .. କର୍ମକର୍ତ୍ତା ଙ୍କୁ ଗୁରୁମନ୍ତ୍ର ଦେଲେ ଜିଲ୍ଲା ସଭାପତି ଓ ଧର୍ମଗଡ଼ ବିଧାୟକ

କର୍ଲାମୁଣ୍ଡା:୩/୯( ଲୋକ ଆବାଜ. ଇନ/ପ୍ରଦୀପ କୁମାର ରଣା ଙ୍କ ରିପୋର୍ଟ)

 କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଦୂର୍ଗାମଣ୍ଡପ ଠାରେ‌ ଆଜି ବିଜେପି ର ବ୍ଲକ ସ୍ତରୀୟ ସାଙ୍ଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି l ଏଥିରେ କର୍ଲାମୁଣ୍ଡା ଓ ଯୋରାଡବରା ମଣ୍ଡଳ ର ସଭାପତି ଡୋଳାମଣୀ ଭୋଇ ଓ ଯତିନ୍ଦ୍ର ସାହୁଙ୍କ ସଭାପତିତ୍ବରେ କରିଥିଲେ l କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ , ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ପୂର୍ବତନ ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ ଯୋଗଦେଇ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ।ଏଥି ସହିତ କର୍ମୀ ମାନେ ଲୋକଙ୍କ ପାଖକୁ ଯାଇ ସରକାର ଙ୍କ ଜନହିତକର ଯୋଜନା ଉପରେ ବୁଝାଇବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ସଭାପତି ଦୟାନିଧି ସାହୁ, ଗୋବିନ୍ଦ ଶଙ୍କର ସାହୁ , ବିଘ୍ନରାଜ ସାହୁ, ଚିତ୍ରସେନ ସାହୁ, ଗୋବିନ୍ଦ ସାହୁ, ଜିଲ୍ଲା ପ୍ରତିନିଧି ସଂଜୟ ଜୈନ, ଶିଶିର କୁମାର ସାହୁ, ଏସ ସି ମୋର୍ଚ୍ଚା ଜିଲ୍ଲା ସଭାପତି ଗଣେଶ କୁମାର ପ୍ରମୁଖ ମଞ୍ଚାସିନ ରହି ଭାରତୀୟ ଜନତା ପାର୍ଟିର କେମିତି ସୃଦୃଢ଼ ହେବ ଆଗାମୀ ପଞ୍ଚାୟତ ନିର୍ବାଚନରେ କେମିତି ବିଜେପିର ଆସନ ବଢିବ ସେ ଉପରେ ମତବ୍ୟକ୍ତ କରିଥିଲେ। ସଭା କାର୍ଯ୍ୟ କୁ ପୂର୍ବତନ ଯୁବମୋର୍ଚା ସଭାପତି ନବୀନ କିଶୋର ସାହୁ ସଂଯୋଜନା କରିଥିବା ବେଳେ କର୍ଲାମୁଣ୍ଡା ମଣ୍ଡଳ ସାଧାରଣ ସମ୍ପାଦକ କ୍ଷମା ସାଗର ରଣା ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କାର୍ଯ୍ୟ କର୍ତ୍ତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପକାନ୍ତୀ କୁମାର,ପ୍ରଭାତୀ ଭୋଇ ,ଏମ ପି ପ୍ରତିନିଧି ହୃଦାନନ୍ଦ ସାହୁ, ବନମାଳୀ ସାହୁ, ଗୁଣନିଧି ସାହୁ, ଲିଙ୍ଗରାଜ ସାହୁ, ଅବନୀ ସାହୁ, ଶୁଭ୍ରାଂଶୁ ସାହୁ, ଜୟନ୍ତୀ ସାହୁ, ସଞ୍ଜୁ ସାହୁ, ପୁଷ୍ପାଞ୍ଜଳି ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow