ବିଦ୍ୟୁତ ତାର ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ, ମାରୁତି ଗାଡି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ :

ବିଦ୍ୟୁତ ତାର ଚୋରୀ ଘଟଣାରେ ୪ ଅଭିଯୁକ୍ତ ଗିରଫ , ମାରୁତି ଗାଡି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
ସଇଁତଲା: ଲୋକ୍ ଆଵାଜ୍.ଇନ୍(ପ୍ରମୋଦ କୁମାର ସେଲମା)
ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅଞ୍ଚଳରେ ବିଦ୍ୟୁତ ତାର ଚୋରୀ ଘଟଣାରେ ପୋଲିସ ଏକ ବଡ଼ ସଫଳତା ମିଳିଛି l ଏ ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସଇଁତଲା କୋର୍ଟକୁ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଟିଟିଲାଗଡ଼ ଜେଲ ହାଜତକୁ ପଠାଇଦେଇଛି l ଏ ନେଇ ଥାନା କେଶ ନଂ ୯୧/୨୫ ଅନୁସାରେ ଦଫା ୩0୩, (୨), ୩ (୫) ମାମଲା ରୁଜୁ ହୋଇଅଛି l ଗିରଫ ଅଭିଯୁକ୍ତ ମାନେ ସୁଦର୍ଶନ ସାହୁ (୩୧), ବିଜେ ସୁନା (୨୭) ଉଭୟ ଭଦ୍ରା ପଞ୍ଚାୟତ ସିଲେଟପଡା ଗାଁର, ଡ୍ରାଇଭର ଲମ୍ବୋଧର ପାତ୍ର (୪୧) ବ୍ଲକ ଛକ ଓ ଅମିତ ପଟେଲ ( ୩୫) କୁଆରଗାଁ ଡୁମେରମୁଣ୍ଡା ଗାଁର ବୋଲି ଜଣାପଡିଛି l ପ୍ରକାଶ ଯେ, ବୁଢାବାହାଲ ପଞ୍ଚାୟତ ଅଧିନ ବନ୍ଦପଡା ଗାଁରେ ଥିବା ୧୧କେଭି ବିଦ୍ୟୁତ ତାର ବ୍ୟବହାର ନ ହୋଇ ଖମ୍ବ ଲାଗିଥିବା ବେଳେ ଏହାର ସୁଯୋଗ ନେଇ ସିଲେଟପଡା ଗାଁ ସୁଦର୍ଶନ ସାହୁ, ଗାଡି ଡ୍ରାଇଭର ଲମ୍ବୁଧର ପାତ୍ର, ବିଜେ ସୁନା ଓ ଅମିତ ପଟେଲ ଉଭୟ ମିଶି ଏକ ମାରତି ଓମିନୀ ଗାଡି ନଂ ଓଆର 0୩ ଏଫ ୮୮୯୯ ଓ ଏକ ବାଇକ ଯୋଗେ ପହଂଚି ବିଦ୍ୟୁତ ତାର ପ୍ରାୟ ୫ ଶହ ମିଟର ଖୋଲି ଗାଡିରେ ଭର୍ତି କରିଥିଲେ l ଖବର ପାଇଁ ଗାଁ ଲୋକେ ବିଦ୍ୟୁତ ବିଭାଗ ଯନ୍ତ୍ରୀ ନିରୋଦ ମେହେର ଙ୍କୁ ଜଣାଇବା ପରେ ସ୍ଥାନୀୟ ପୋଲିସକୁ ଖବର ଦେବା ଦେବାପରେ ପୋଲିସ ଘଟଣାସ୍ଥଳ ପହଂଚି ଉଭୟ ଯୁବକ ଓ ତାର ଜବତ କରି ଥାନାକୁ ଆଣିଥିଲେ l ଉକ୍ତ ଘଟଣାକୁ ସଇଁତଲା ଆଇଆଇସି ସୁଶାନ୍ତ କୁମାର ବଢ଼େଇ ଙ୍କ ତତ୍ତ୍ୱବଧାନରେ ଥାନା ଏସଆଇ ଲଛିନ୍ଦ୍ର ଚାଲାଣ ମାମଲାର ତଦନ୍ତ କରୁଛନ୍ତି l ଏହି ଚୋରୀ ଘଟଣାରେ ପୋଲିସ ଏକ ମାରତି ଗାଡି , ଏକ ବଜାଜ ଡ଼ିସକଭର ବାଇକ, ୪ ଗୋଟି ମୋବାଇଲ ଫୋନ, ୪ ବେଣ୍ଡିଲ ବିଦ୍ୟୁତ ତାର , ୧ ବେଣ୍ଡିଲ ବ୍ଲୁ କେବୁଲ ତାର ଜବତ କରିଛି
What's Your Reaction?






