ବିରନରସିଂହପୁର ବୌଦ୍ଧ ଠାରେ ବନ୍ୟପ୍ରାଣୀ ସପ୍ତାହ ମହା ସମାରୋହରେ ପାଳନ-

Oct 7, 2024 - 21:18
 0  24
ବିରନରସିଂହପୁର  ବୌଦ୍ଧ ଠାରେ ବନ୍ୟପ୍ରାଣୀ ସପ୍ତାହ ମହା ସମାରୋହରେ ପାଳନ-

ସୁବର୍ଣ୍ଣପୁର/ବୌଦ୍ଧ :୭/୧୦ ଲୋକ ଆବାଜ୍.ଇନ୍(ମନୋରଞ୍ଜନ ତ୍ରୀପାଠୀ ଓ ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ )

ବିରନରସିଂହପୁର, ବୌଦ୍ଧ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି l ବନଖଣ୍ଡ ଅଧିକାରୀ ଶ୍ରୀ ଦେବପ୍ରିୟ କମ୍ପ ସଭାରେ ଅଧ୍ଯକ୍ଷତା କରି ବନ୍ୟପ୍ରାଣୀ ସଂରକ୍ଷଣରେ ଲୋକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ l

  ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ସହାବସ୍ଥାନ ମାଧ୍ୟମରେ ବନ୍ୟପ୍ରାଣୀ ସଂରକ୍ଷଣ ବିଷୟ ବସ୍ତୁ ଉପରେ ମତ ପ୍ରକାଶ କରି ବନ୍ୟ ପ୍ରାଣୀ ସୁରକ୍ଷିତ ନ ରହିଲେ ଏ ପ୍ରକୃତି ଏ ମଣିଷ ସମାଜ ତିଷ୍ଠି ପାରିବନି ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ବନଖଣ୍ଡ ଅଧିକାରୀ, (କେନ୍ଦୁପତ୍ର), ବୌଦ୍ଧ ବନଖଣ୍ଡ, ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀ ପ୍ରଶାନ୍ତ କୁମାର ମହାପତ୍ର, ଅଧ୍ୟାପକ ଡକ୍ଟର ପ୍ରବିର କୁମାର ଦାଶ ଯୋଗ ଦେଇ ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ମତ ପ୍ରକାଶ କରି ଥିଲେ l ବୌଦ୍ଧ ଉପଖଣ୍ଡର ସୁଦର୍ଶନ ବଘାର ଙ୍କୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ସ୍ବରୂପ ୫ ହଜାର ଟଙ୍କା ଓ ମାନପ‌ତ୍ର ପ୍ରଦାନ କରା ଯାଇଥିଲା। ଅନନ୍ତ ଚରଣ କ୍ଷେତି, ଲବ କୁମାର ଶତପଥୀ ଓ ପଦ୍ମଜା ପତି ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ସ୍ବରୂପ ୨୦ ହଜାର ଟଙ୍କା ସହିତ ମାନପତ୍ର ସମସ୍ତଙ୍କୁ ପ୍ରଦାନ କରାଯାଇଛି ଏବମ କଣ୍ଟାମାଳ ସରକାରୀ ଉଚ ବିଦ୍ୟାଳୟ, କଣ୍ଟାମାଳ, ସିଦ୍ଧେଶ୍ଵର ବାବା ଉଚ ମାଧ୍ଯମିକ ବିଦ୍ୟାଳୟ, ଶଗଡା, ଓ ମଥୁରା ଗ୍ରାମ ପଞ୍ଚାୟତ ଉଚ ବିଦ୍ୟାଳୟ, କେଳାକଟା ଙ୍କୁ ପ୍ରକୃତି ମିତ୍ର ପୁରସ୍କାର ସ୍ବରୂପ ୧୦ ହଜାର ଟଙ୍କା ସହିତ ମାନପତ୍ର ସମସ୍ତଙ୍କୁ ପ୍ରଦାନ କରାଯାଇଛି l ଏହି ଅବସରରେ ପୂର୍ବରୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ଚିତ୍ରାଙ୍କନ, ବକୃତା ଓ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଉଭୟ ଜୁନିୟର ଓ ସିନିୟର ବିଭାଗରେ କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ବୌଦ୍ଧ ବନଖଣ୍ଡ ର ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଅର୍ଚନା ଗୋମଙ୍ଗୋ ସଭାର ଆୟୋଜନ ଓ ଶ୍ରୀ ଆଶିଷ କୁମାର କହ୍ନର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶ୍ରୀମତୀ ମିନାକ୍ଷୀ କୁମୁରା ସଭା ସାଙ୍ଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସହକାରୀ ବନ ସଂରକ୍ଷକ, ବନାଞ୍ଚଳ ଅଧିକାରୀ ଓ ବନକର୍ମଚାରୀ ଯୋଗ ଦେଇ କାର୍ଯକ୍ରମ ରେ ସହଯୋଗ କରି ଥିଲେ।

What's Your Reaction?

like

dislike

love

funny

angry

sad

wow