ଗ୍ରାମାଞ୍ଚଳ କ୍ଷୁଦ୍ର ବ୍ୟବସାୟର ଚିରନ୍ତନ ବଜାର ବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ସମ୍ପର୍କିତ କର୍ମଶାଳା

Oct 21, 2024 - 10:00
 0  89
ଗ୍ରାମାଞ୍ଚଳ କ୍ଷୁଦ୍ର ବ୍ୟବସାୟର ଚିରନ୍ତନ ବଜାର ବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର : ଲୋକ ଆବାଜ୍.ଇନ୍(ବ୍ୟୁରୋ)

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦ୍ୱାରା ଚାଷୀ ଓ ଗ୍ରାମାଞ୍ଚଳର କ୍ଷୁଦ୍ର ବ୍ୟବସାୟୀ ମାନେ ଅଧିକ ମାତ୍ରାରେ ପ୍ରଭାବିତ ହେଉଛନ୍ତି I ପ୍ରାକୃତିକ ବିପର୍ଯୟ, ଅନିୟମିତ ବର୍ଷା ଓ ପାଣିପାଗରେ ନିରନ୍ତର ପରିବର୍ତ୍ତନ କୃଷି ଓ ଅଣକୃଷି ଉତ୍ପାଦିତ ଦ୍ରବ୍ୟ ଗୁଡିକର ଉତ୍ପାଦନ ଠାରୁ ବଜାର ବ୍ୟବସ୍ଥାର ସମସ୍ତ ଦିଗଗୁଡିକୁ ପ୍ରଭାବିତ କରୁଛି I ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ କୃଷି ଉତ୍ପାଦନ ହ୍ରାସ ପାଉଥିବାରୁ ଉତ୍ପାଦନ ବଢାଇବା ପାଇଁ ଚାଷୀ ମାନେ ବହୁ ପରିମାଣରେ ରାସାୟନିକ ସାର ଓ କୀଟନାଶକ ବ୍ୟବହାର କରିବା ଦ୍ଵାରା ଚାଷର ଖର୍ଚ୍ଚ ବଢିବା ସହ ଲାଭ କମ ହେଉଛି । ଏପରିକି ନୂତନ ପିଢ଼ିର ଯୁବକ ଯୁବତୀ ମାନେ ବର୍ତମାନ କୃଷିକୁ ଏକ ବ୍ୟବସାୟ ଭାବେ ଗ୍ରହଣ କରୁନାହାନ୍ତି ।ଜଳବାୟୁ ପରିବର୍ତ୍ତନ ସହଣୀ କୃଷି ବ୍ୟବସ୍ଥା ସହିତ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା କୃଷି ଓ ଅଣ କୃଷି ଉତ୍ପାଦ ଗୁଡ଼ିକର ଚିରନ୍ତନ ବଜାର ବ୍ୟବସ୍ଥା ହୋଇପାରିଲେ କ୍ଷୁଦ୍ର ବ୍ୟବସାୟୀ ମାନେ ଉପକୃତ ହୋଇ ପାରିବେ । ଏକ ନିର୍ଦ୍ଧିଷ୍ଟ କୃଷି ଉତ୍ପାଦର ଚାଷ ପ୍ରଣାଳୀ, ପ୍ରକ୍ରିୟାକରଣ ଏବଂ ମୂଲ୍ୟ ଶୃଙ୍ଖଳ ସେବା ସହ ଗୋଟିଏ ଅଞ୍ଚଳରେ ବହୁ ପରିମାଣରେ ଚାଷ ହେଲେ ତାହାର ବଜାର ବ୍ୟବସ୍ଥା ସହଜ ହୋଇ ପାରିବ ଏବଂ ଉତ୍ପାଦନ କାରୀମାନେ ଲାଭ ପାଇପାରିବେ I ଏ ସମ୍ପର୍କରେ ହିନ୍ଦୁସ୍ତାନ ଇଣ୍ଟରନେସନାଲ ହୋଟେଲରେ ସ୍ୱେସ୍ଥାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ୨୦ତମ ପ୍ରତିଷ୍ଠା ଦିବସ ସମାରୋହରେ ଉପସ୍ଥିତ ବକ୍ତାମାନେ ମତପ୍ରକାଶ କରିଛନ୍ତି।ଅନୁଷ୍ଠାନର ସଭାପତି ଡ଼. ଦେବାଶିଷ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଶ୍ରୀ ଏସ କେ ତାଲୁକଦାର, ସାଧାରଣ ପ୍ରବନ୍ଧକ ନାବାର୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ପ୍ରଫେସର ଏଚ.କେ.ପାତ୍ର, ଡିନ, କୃଷି ମହାବିଦ୍ୟାଳୟ ଓୟୁଏଟି, ଭୁବନେଶ୍ୱର, ଶ୍ରୀ ଚନ୍ଦନ କୁମାର ନାୟକ, ପ୍ରବନ୍ଧକ (ଏଚ୍ ଡିଏଫ୍ ସି ବ୍ୟାଙ୍କ-ସିଏସ୍ଆର୍), ଓଡ଼ିଶା, ପଦ୍ମଶ୍ରୀ ସାବରମତୀ, ସହ-ପ୍ରତିଷ୍ଠାତା, ସମ୍ଭବ, ଶ୍ରୀ ଆର୍ ବି କାର୍ତ୍ତିକେୟନ, କାର୍ଯ୍ୟନିର୍ବାହୀ ନିର୍ଦେଶକ (ହ୍ୟୁମାନ ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ୍) ଜଳବାୟୁ ସହନଶୀଳ କୃଷି ଅଭ୍ୟାସ ମାଧ୍ୟମରେ କୃଷକମାନଙ୍କୁ ସଶକ୍ତ କରିବା ଲାଗି ବିଭିନ୍ନ ବୈଜ୍ଞାନିକ ଓ ପାରମ୍ପରିକ ଜ୍ଞାନକୌଶଳ, ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ଗୁଡିକଉପରେ ଆଲୋକପାତ କରିଥିଲେ।

ଠିକ ସେହିପରି ସ୍ଥାୟୀ ବଜାର ବ୍ୟବସ୍ଥା ମାଧ୍ୟମରେ କ୍ଷୁଦ୍ର ଉଦ୍ୟୋଗକୁ ସୁଦୃଢ଼ କରିବା ଲାଗି ଶ୍ରୀ ରାଜଗୋପାଳ ଦାଶ, ଡେପୁଟି ସିଇଓ, ଓରମାସ, ଶ୍ରୀ ପ୍ରଦୀପ କୁମାର ଘୋଷାଲ, ସିଏସଆର ମୁଖ୍ୟ-ଟିପିସିଓଡିଏଲ୍ (ଟାଟା ପାୱାର), ଏଲଟିଆଇ ମାଇଣ୍ଡଟ୍ରି ଫାଉଣ୍ଡେସନର ଆସୋସିଏଟ ଡାଇରେକ୍ଟର-ଜିତେନ୍ଦ୍ର ଘଙ୍ଗାସ, ଶ୍ରୀ ଜିତେଶ ରଥ, ବରିଷ୍ଠ ଟିମ୍ ସଦସ୍ୟ ହିଣ୍ଡାଲ୍କୋ ଡାଉନଷ୍ଟ୍ରିମ୍, ସିଏସ୍ଆର୍ ସମନ୍ୱୟ ଏବଂଜିନ୍ଦଲ ଷ୍ଟେନଲେସ୍ ଲିମିଟେଡ୍-ଓଡ଼ିଶାର ସିଏସ୍ଆର୍ ମୁଖ୍ୟ ସୁକାନ୍ତ କୁମାର ରଥ ପ୍ରମୁଖ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମ ରେ ୩ ଗୋଟି ପୁସ୍ତକ ଉନ୍ମୋଚନ ହୋଇଥିଲା । କୃଷି କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ କୃଷକ ଉତ୍ପାଦକ କମ୍ପାନୀ ଗୁଡ଼ିକୁ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ଓଡ଼ିଶା ର ୧୫ ଗୋଟି ଜିଲ୍ଲା ରୁ ୨୦୦ ପ୍ରତିନିଧି ଯୋଗ ଦେଇଥିଲେ ।ଶେଷରେ ଅନୁଷ୍ଠାନ ଉପ ସଭାନେତ୍ରୀ ଶ୍ରୀମତୀ ଇତିଶ୍ରୀ କାନୁନଗୋ ଧନ୍ୟବାଦ୍ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow