ବୃକ୍ଷରୋପଣ କରି ପାଳିଲେ ବାପାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ

Aug 18, 2024 - 20:29
 0  27
ବୃକ୍ଷରୋପଣ କରି ପାଳିଲେ ବାପାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ

ସୋନପୁର : ଲୋକ ଆବାଜ.ଇନ (ମନୋରଞ୍ଜନ ତ୍ରିପାଠୀ )-

ସୋନପୁର ସହର ପଟାଭାଡ଼ି ର ସହର ପଟାଭାଡ଼ି ର ବାସିନ୍ଦା ତଥା ପଟାଭାଡି ସ୍ଥିତ ଲୋକନାଥ ମନ୍ଦିର ପରିଚାଳନା କମିଟି ର ସଭାପତି ଗୌରୀଶଙ୍କର ପାତ୍ର ଏକ ନିଆରା ଢଙ୍ଗରେ ବାପାଙ୍କ ଶ୍ରାଦ୍ଧ ଦିବସ କୁ ପାଳନ କରିଛନ୍ତି | ପରିବେଶ ର ସୁରକ୍ଷା ପାଇଁ ସମସ୍ତଙ୍କୁ ବୃକ୍ଷ ହିଁ ଜୀବନ ବାର୍ତା ଦେଇ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଗୋଟିଏ ଗୋଟିଏ ଗଛ ଲଗେଇବା ପାଇଁ ଅନୁରୋଧ କରିବା ସହିତ ନିଜେ ପରିବାର ଓ ମନ୍ଦିର ପରିଚାଳନା କମିଟି ର ସଦସ୍ୟ ଙ୍କ ସହିତ ମିଶି ମନ୍ଦିର ପରିସର ରେ ଅନେକ ପ୍ରକାରର ଔଷଧୀୟ ଓ ବିଭିନ୍ନ ଫୁଲ ଗଛ ରୋପଣ କରିଥିଲେ ଓ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଲେ | ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମନ୍ଦିର କମିଟି ସଭାପତି ଗୌରୀଶଙ୍କର ପାତ୍ର, ପୁଅ ପୁରୁଷୋତ୍ତମ ପାତ୍ର (ପୋଲିସ କର୍ମଚାରୀ) ଙ୍କ ସହିତ ପରିବାର ର ଅନ୍ୟ ସଦସ୍ୟ ଏବଂ ମନ୍ଦିର ପୂଜକ ଦୟାନିଧି ବିଶି, ଶନି ମନ୍ଦିର ପୂଜକ ଅମରେଶ ପାଣିଗ୍ରାହୀ, ପ୍ରମୋଦ ପାତ୍ର, ଅଶୋକ କୁମାର ପଟ୍ଟନାୟକ,ଶଙ୍କର୍ଷଣ ମେହେର, ଦୁଃଖିରାମ ମିଶ୍ର, ଶ୍ରୀଲୋଚନ ପ୍ରଧାନ, ତରୁଣ ମିଶ୍ର , ସଦାନନ୍ଦ ପାତ୍ର, ଦିଲ୍ଲୀପ ପାତ୍ର ପ୍ରମୁଖ ବୃକ୍ଷ ରୋପଣ କରିଥିଲେ |

What's Your Reaction?

like

dislike

love

funny

angry

sad

wow