ଓଡିଶା ଅଣ୍ଡର ୧୭ବିଦ୍ୟାଳୟ ଭଲି ବଳ ଟିମରେ ପଲଶାଗୋରା ର ରାକେଶ ସାହୁ

Oct 27, 2024 - 12:20
 0  13
ଓଡିଶା ଅଣ୍ଡର ୧୭ବିଦ୍ୟାଳୟ ଭଲି ବଳ ଟିମରେ ପଲଶାଗୋରା ର ରାକେଶ ସାହୁ

କଣ୍ଟାମାଳ: ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ର ସ୍ବର୍ଗତ ଦିଲ୍ଲୀପ ସାହୁ ଙ୍କ ପୁଅ ରାକେଶ ସାହୁ ଓଡିଶା ଅଣ୍ଡର ୧୭ ବିଦ୍ୟାଳୟ ଭଲି ବଲ ଟିମରେ ଖେଳିବା ପାଇଁ ଚୟନ ହୋଇଛନ୍ତି |ସୂଚନା ଅନୁସାରେ ପଲଶାଗୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ର ରାକେଶ ସାହୁ ଭଲିବଲ ଖେଳରେ ଆସନ୍ତା ମାସ 6ତାରିଖ ରୁ ୧୦ତାରିଖ ମଧ୍ୟରେ ଉତ୍ତରପ୍ରଦେଶ ର ବରେଲି ଠାରେ ହେବାକୁ ଥିବା ବିଦ୍ୟାଳୟ ସ୍ତରୀୟ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦେଶକ ଭୁବନେଶ୍ୱର ଙ୍କ ପତ୍ର ସଂଖ୍ୟା ୩୧୦୦୧ ତା ୨୩-୧୦-୨୪ ରେ ଜିଲ୍ଲା ଶିକ୍ଷା ଅଧିକାରୀ,ସ୍ଥାନୀୟ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁ ଆସିଥିବା ପତ୍ର ରୁ ଜଣା ପଡିଛି |ଏହା ଜଣା ପଡିବା ପରେ ସ୍ଥାନୀୟ କଲେଜ ରେ ଅଧ୍ୟକ୍ଷ ଡ଼ ସୁରେଶ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ କ୍ରୀଡା ଅଧ୍ୟାପକ ନାରାୟଣ ପ୍ରଧାନ, ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଙ୍କ ଉପସ୍ଥିତିରେ ଶ୍ରୀମାନ ସାହୁ ଙ୍କୁ ପୁଷ୍ପ ଗୁଚ୍ଛ ଓ ବିଦ୍ୟାଳୟ ର ଆବଶ୍ୟକ କାଗଜ ପତ୍ର ଦେଇ ଶୁଭେଚ୍ଛା ବାର୍ତ୍ତା ଦେଇ ଭଲ ଖେଳିବା ର ମାର୍ଗ ଦର୍ଶନ ପ୍ରଦାନ କରିଥିଲେ |ପ୍ରଥମ କରି ଏହି କଲେଜ ରୁ ଜଣେ ଛାତ୍ର ରାଜ୍ୟ ସ୍ତରରେ ଚୟନ ହୋଇଥିବାରୁ କଲେଜ ର କ୍ରୀଡା ଅଧ୍ୟାପକ ଙ୍କୁ ମଧ୍ୟ କଲେଜ ତରଫରୁ ପ୍ରଶଂସା କରାଯାଇଛି |ଶ୍ରୀ ମାନ ସାହୁ ସ୍ଥାନୀୟ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ହୋଇଥିବା ରୁ ବିଦ୍ୟାଳୟ ତରଫରୁ ଶିକ୍ଷକ ମାନେ ଶୁଭେଚ୍ଛା ଜଣାଇବା ତାଙ୍କର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବା ପାଇଁ ମଙ୍ଗଳ କାମନା କରିଛନ୍ତି |

What's Your Reaction?

like

dislike

love

funny

angry

sad

wow