ବୃକ୍ଷ ରକ୍ଷା ବନ୍ଧନ ଓ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ l

Aug 20, 2024 - 22:07
 0  26
ବୃକ୍ଷ ରକ୍ଷା ବନ୍ଧନ ଓ ପରିବେଶ ସଚେତନତା ଅଭିଯାନ ଅନୁଷ୍ଠିତ l

କଣ୍ଟାମାଳ: ଲୋକ ଆବଜ୍. ଇନ୍ ( ପୂର୍ଣ୍ଣ ଚରଣ ସାହୁ) :

 ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଖଲିଆପାଲି ପଂଚାୟତ ଅନ୍ତର୍ଗତ ଝଗୁଡୁପାଲି ଠାରେ ବୃକ୍ଷ ରକ୍ଷା ବନ୍ଦନ ଓ ପରିବେଶ ସଚେତନତା ଅଭିଯାନ ତଥା ମା ପାଇଁ ଗଛ ଟିଏ କାର୍ଯକ୍ରମ ଝଗୁଡୁପାଲି ବନସରକ୍ଷଣ ସମିତି ଓ ବନବିଭାଗ ର ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି l ମୂଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ,ସମ୍ମାନିତ ଅତିଥି ଭାବେ ଖଲିଆପାଲି ଗ୍ରା. ପ ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାୟକ, ଖଲିଆପାଲି ସମିତି ସଭ୍ୟ କେଦାର ସାହୁ,, ବରଗାଁ ସରପଞ୍ଚ ପ୍ରତିନିଧି ପିନାକ ଧର ରଣା, ଏମ. ବି. କେ ଲଷ୍ମୀ ନାୟକ,କଣ୍ଟାମାଲ ବନପାଳ ସୁଶୀଲ ପୁରୋହିତ,ବିଜେପି ର ମଣ୍ଡଳ ସଭାପତି ଅନିଲ ପ୍ରଧାନ, ନିରଞ୍ଜନ କର୍ଣ୍ଣ, ରମାକାନ୍ତ କର୍ମୀ,ଆଦିବାସୀ ନେତା ଡମ୍ବରୁଧର କହଁର , ଶିକ୍ଷକ ନରେଶ କର୍ମୀ ଯୋଗ ଦେଇ ଥିଲେ l ପ୍ରଥମେସମିତି ତରଫରୁ ଅତିଥି ମାନଙ୍କୁ ଉପଢୌକନ ଦେଇ ସମର୍ଦ୍ଧିତ କରାଯାଇଥିଲା l

ଗ୍ରାମ ଜଙ୍ଗଲ ମଧ୍ୟରେ ଥିବା ଗଛ ରେ ଘଣ୍ଟ, ଶଙ୍ଖ, ଧୂପ, ଦୀପ, ରେ ପୂଜା କରାଯାଇଥିଲା l ଅତିଥି ମାନେ ବୃକ୍ଷ ରକ୍ଷା ବନ୍ଧନ ଓ ପରିବେଶ ସୁରକ୍ଷା ବାର୍ତା ଦେଇଥିଲେ ଏବଂ ଗ୍ରାମ ବାସୀଙ୍କୁ ଏଭଳି ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରକ୍ଷା ବନ୍ଧନ ଭଳି ମହତ କାର୍ଯ୍ୟ କୁ ଭୁରି ଭୁରି ପ୍ରଶଂସା କରିଥିଲେ, ଏହି କାର୍ଯ୍ୟକ୍ରମ କୁ ଠାକୁର ଚରଣ ନାୟକ ସଂଯୋଜନା କରିଥିଵା ବେଳେ ଗ୍ରାମର ଶତାଧିକ ମହିଳା, ପୁରୁଷ, ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ, କାର୍ଯକ୍ରମକୁ ଅଶୋକ ବସ୍ତିଆ, ଚନ୍ଦ୍ରଶେଖର ନାୟକ, ଏକାମ୍ବର ବାଘ, ଯୁବଲାଲ ଠେଲା ସହଯୋଗ କରିଥିଲେ,

 l

What's Your Reaction?

like

dislike

love

funny

angry

sad

wow