ବୋଡ଼େନ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ନୂଆପଡ଼ା : ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣି ଶିବିର ବୋଡ଼େନ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ , ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା,୧୯ ବାଟାଲିୟନ ସିଆରପିଏଫ କମାଣ୍ଡଣ୍ଡେଣ୍ଟ ରାକେଶ କୁମାର ଶର୍ମା,ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମ ଶିଳା ନାଗ,ଡି ଏଫ୍ ଓ ଅଜିଜ ଖାନ,ଇନ ଚାର୍ଜ ସି ଡି ଏମ ଓ ଗିରି ପ୍ରସାଦ ଜେନା,ଜିଲ୍ଲା କୃଷି ଅଧିକାରୀ ସତ୍ୟ ନାରାୟଣ ନାଗ,ବି ଡି ଓ ସୁଶାନ୍ତ କୁମାର ରଣା,ତହସିଲଦାର ସରିତା ଗୁପ୍ତା,ଏମ ଓ ସଞ୍ଜୀବ କୁମାର ନାଏକ, ଏ ଇ ଇ ଆଶୁତୋଷ ରାଉତ,ଏଲ ଡି ଏମ ସିତାରାମ ମେହେର, ଡି ଏଲ ଓ ,ଡି ଏସ ଏସ ଓ ତଥା ସମସ୍ତ ଜିଲ୍ଲା ଅଧିକାରୀ ଏବଂ ବୋଡ଼େନ ବ୍ଲକ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡ଼ିକର ସମାଧାନ ନିମିତ୍ତ ସହଯୋଗ କରିଥିଲେ ।ସାମୁହିକ ୧୬ ଟି ଓ ବ୍ୟକ୍ତିଗତ ୭୫ ଟି ଅଭିଯୋଗ ଆସିଥିଲା ।ସମୁଦାୟ ୯୧ ଟି ଅଭିଯୋଗ ଉପସ୍ଥାପନ ହୋଇଅଛି ।ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଖଇରା ପଞ୍ଚାୟତରେ ଆୟୋଜିତ ଶ୍ରମିକ ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶ୍ରମିକ ଦାଦନ ନ ଯାଇ ନିଜ ନିଜ ଅଞ୍ଚଳରେ କାମ ଧନ୍ଦା କରି ପରିବାର ପ୍ରତିପୋଷଣ କରିବା ।ଡି ଏସ ଏସ ଓ ଏବଂ ବି ଡି ଓ ଙ୍କ ନିର୍ଦ୍ଦେଶ କ୍ରମେ ବି ଏସ ଏସ ଓ କୁମର ମାଝୀ ଓ ଜୁନିଅର ଆସିଷ୍ଟାଣ୍ଟ ହିତେଶ କୁମାର ଆଡ ବାହି ତାରାପୁର ଗ୍ରାମର ଭିନ୍ନକ୍ଷମ ମହିଳା ରୁକ୍ମଣୀ ବରାସଙ୍କୁ ହ୍ବିଲ ଚେୟାର ପ୍ରଦାନ କରିଥିଲେ
What's Your Reaction?






