ବୌଦ୍ଧ ଜିଲ୍ଲା ପ୍ରେସକ୍ଲବ ସଭାପତି ବରଜ କୁମାର ବେହେରାଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା ପଟ୍ଟନାୟକଙ୍କ ପରଲୋକ l

Feb 24, 2025 - 19:56
 0  10
ବୌଦ୍ଧ ଜିଲ୍ଲା ପ୍ରେସକ୍ଲବ ସଭାପତି  ବରଜ କୁମାର ବେହେରାଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସଂଯୁକ୍ତା ପଟ୍ଟନାୟକଙ୍କ ପରଲୋକ l

କଣ୍ଟାମାଳ: ଲୋକ ଆଵାଜ୍.ଇନ୍( ପୂର୍ଣ୍ଣ ଚରଣ ସାହୁ)

 ବୌଦ୍ଧ ଜ଼ିଲ୍ଲା ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ଆଇନଜୀବୀ ବରଜ କୁମାର ବେହେରାଙ୍କ ଧର୍ମ ପତ୍ନୀ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ସଂଯୁକ୍ତା ପଟ୍ଟନାୟକ (୬୪)ଙ୍କ ୨୪ତାରିଖ ରବିବାର ବିଳମ୍ବିତ ରାତ୍ରିରେ ଜୟପୁର ସ୍ଥିତ ଆୟୁର୍ବେଦିକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି l ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ l ଆଜି ଅପରାହ୍ନରେ ତାଙ୍କର ମର ଶରୀର ବଗିଚା ସlହିସ୍ଥିତ ନିଜ ବାସଭବନରେ ପହଂଚିବାପରେ ଅନେକ ସାମ୍ବାଦିକ, ଆଇନଜୀବୀ, ବୁଦ୍ଧିଜୀବୀ ପହଂଚି ଶେଷ ଦର୍ଶନ କରିଥିଲେ l ବୌଦ୍ଧ ସ୍ଥିତ ରାଜଘାଟ ଠାରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଥିଲା l ପୂର୍ବତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରାଜଘାଟ ଠାରେ ଶେଷ ଦର୍ଶନ କରିଥିଲେ l ତାଙ୍କର ସାନପୁଅ ବିଶ୍ଵବନ୍ଦୀତ ମୁଖାଗ୍ନି ଦେଇଥିଲେ l ସେ ଜଣେ ପରୋପକାରୀ ଧର୍ମ ପରାୟଣ ମହିଳା ଥିଲେ l

What's Your Reaction?

like

dislike

love

funny

angry

sad

wow