ବୌଦ୍ଧ ଠାରେ ଜାତୀୟ ସଂହତି ଦିବସ ପାଳନ

Nov 19, 2024 - 20:26
 0  4
ବୌଦ୍ଧ ଠାରେ ଜାତୀୟ ସଂହତି ଦିବସ ପାଳନ

ବୌଦ୍ଧ :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ) ବୌଦ୍ଧ ବ୍ଲକ ଅନ୍ତର୍ଗତ ବାଉଁଶୁଣୀ ସଂସ୍କାର ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଭାରତ ସରକାର MY ଭାରତ, ବୌଦ୍ଧ ତରଫରୁ ଜାତୀୟ ସଂହତି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି,

MY ଭାରତ ବୌଦ୍ଧ ର ସହକର୍ମୀ ଆଶ୍ମାନ ମହାକୁଡ଼ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମାଧ୍ୟ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସୁରେନ୍ଦ୍ର ମେହେର, ମୁଖ୍ୟବକ୍ତା ଭାବେ ବହିରା ହାଇସ୍କୁଲ ଶିକ୍ଷକ ତଥା RDYO ର ଉପଦେଷ୍ଟା ଦେଶବନ୍ଧୁ ମହାକୁଳ, ସଂମ୍ମାନିତ ଅତିଥି ଯୁବ ସଂଗଠକ ମହେଶ୍ୱର ପ୍ରଧାନ, ଅଧ୍ୟାପିକା ଗୁଣଗୁଣ ମେହେର ପ୍ରମୁଖ ଯୋଗଦେଇ ସ୍ବର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଜୀବନ କାହାଣୀ ଉପରେ ଆଲୋଚନା କରିବା ସହ, ଆଜିକାର କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ୟେଶ, ଆଗାମୀ ଦିନରେ ଛାତ୍ର ଓ ଯୁବ ସମାଜ ପଥଭ୍ରଷ୍ଟ ନ ହୋଇ ଏକତା ସୂତ୍ରରେ ବାନ୍ଧି ହୋଇ ଦେଶ ର ଉର୍ଣ୍ଣତୀ ରେ ସହାୟକ ହେବେ ବୋଲି ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀ ଙ୍କ ଉଦ୍ୟେଶ ରେ ବକ୍ତବ୍ୟ ରଖିଥିଲେ, ସଂଯୋଜକ ଆଶ୍ମାନ ମହାକୁଡ଼ ଆଗାମୀ ଦିନରେ ହେବାକୁ ଥିବା ଯୁବ ଉତ୍ସବରେ ସମସ୍ତ ଯୁବକ ଭାଗନେଇ ନିଜର ଅନ୍ତର୍ନିହିତ କଳାର ପ୍ରତିଭାକୁ ଦିଲ୍ଲୀ ଦରବାର ରେ ପରିବେଷଣ କରାଇବାକୁ ଉତ୍ସାହିତ କରିଥିଲେ, ଶେଷରେ ସଞ୍ଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ

What's Your Reaction?

like

dislike

love

funny

angry

sad

wow