ବ୍ଲକ ସ୍ତରୀୟ କୃଷକ ମେଳା........ ଯୋଜନା କୁ ଜାଣି ଅନ୍ୟ କୁ ଜଣେଇବାକୁ ପରାମର୍ଶ

କର୍ଲାମୁଣ୍ଡା:ଲୋକ ଆବାଜ. ଇନ(ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟ ପରିସର ରେ ଶୁକ୍ରବାର ବ୍ଲକ ସ୍ତରୀୟ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ସମ୍ମାନୀତ ଅତିଥି ଭାବେ କର୍ଲାମୁଣ୍ଡା ବିଡ଼ିଓ ମଣ୍ଟୁ ଖମାରୀ, ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ,ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ବ୍ଳକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ,ସିଡିପିଓ କଳ୍ପ ଲତା ତ୍ରିପାଠୀ, ମିଶନ ଶକ୍ତି ବିପିସି ବିପିନ ବାରିକ, ଅତିରିକ୍ତ ଉଦ୍ୟାନ ବିହାଗ ଅଧିକାରୀ ରୀଙ୍କୁ ପ୍ରଧାନ,ମୃତ୍ତିକା ସରକ୍ଷଣ ବିଭାଗ ସହାୟକ ବିଜୟ କୁମାର ମିଶ୍ର, ଭେଟେନାରୀ ଟେକ୍ନିସିଆନ ସନ୍ତୋଷ ମାଝୀ, ସହକାରୀ କୃଷି ଅଧିକାରୀ କୁମାର ଚିରଞ୍ଜିବି, ଆତ୍ମା କମିଟି ଅଧ୍ୟକ୍ଷ ଗୌର କିଶୋର ରଣା ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଭାଗ ପକ୍ଷରୁ କୃଷକ,ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ତଥା ସୁଭଦ୍ରା ଯୋଜନା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଗଜବାହାଲ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଗହୀର ଓ ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ ପଞ୍ଚାୟତ ର ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ସରକାର ଙ୍କ ଯୋଜନା ଗୁଡିକ ଉପରେ ଆଲୋଚନା କରିବା କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମ ରେ ଶ୍ରୀ ଅନ୍ନ ଅଭିଯାନ ର ବ୍ଲକ ଅତିରିକ୍ତ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ ଓ ଶ୍ୟାମ ପଦ ଭଞ୍ଜ,ମିଲନ କୁମାର ଗୋଛାୟତ,ଓଁମ ପ୍ରକାଶ ମିଶ୍ର, ଗ୍ରାମ୍ୟ କୃଷି କର୍ମୀ ଲୋକ ନାଥ ନାଗ,ସୁରଜ ଶେଖର ସାହୁ,ପ୍ରତୁସ୍ୱିନୀ ରାଉତରାୟ ,ସନ୍ତୋଶିନୀ ବରାହ ସହଯୋଗ କରିଥିଲେ।ଏଥିରେ ବ୍ଳକ ର ବିଭିନ୍ନ ପଂଚାୟତ ସରପଞ୍ଚ, ସମିତି ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ,ସଫଳ ଚାଷୀ ମାନେ ଯୋଗ ଦେଇଥିଲେ
What's Your Reaction?






