ମରଣ ଯନ୍ତା ପାଲଟିଛି ରିଷିଡା ପୌରକେଲା ରାସ୍ତା

Jul 5, 2025 - 09:51
 0  5
ମରଣ ଯନ୍ତା ପାଲଟିଛି ରିଷିଡା ପୌରକେଲା ରାସ୍ତା

କର୍ଲାମୁଣ୍ଡା:୪/୭(ଲୋକ ଆବାଜ. ଇନ/ପ୍ରଦୀପ ରଣା ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପୌରକେଲା ଗ୍ରାମ୍ୟ ଉନ୍ନୟନ ରାସ୍ତା ଟି ମରାମତି ଅଭାବରୁ ଏବେ ମରଣ ଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି।ଏହି ରାସ୍ତା ର ଅନେକ ସ୍ଥାନରେ ପିଚୁ ଉଠି ଯାଇ ଖାଲ ଖମାମ ଗୁଡିକ ସୃଷ୍ଟି ହୋଇଥିବା ରୁ ପୌରକେଲା ଠାରୁ ରିଷିଡା କୁ ଯିବା ଆସିବା କରୁଥିବା ଜନ ସାଧାରଣ ଛାତ୍ରୀ ଛାତ୍ର ମାନେ ବିପଦ ର ସମ୍ମୁଖୀନ ହେଉଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।

ତେବେ ଉକ୍ତ ରାସ୍ତା ର ମରାମତି କରାଯିବା କୁ ପୌରକେଲା ର ଜଣେ ସାମାଜିକ କର୍ମୀ ପ୍ରଦୀପ କୁମାର ବେହେରା ସରକାର ଙ୍କ ଜନ ଶୁଣାଣୀ ପୋର୍ଟାଲ ରେ ଜିଲ୍ଲା ପାଳ ଙ୍କ ଠାରେ ଅଭିଯୋଗ କରିଥିଲେ।ଏହାକୁ ନେଇ କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୬୯୬ ଗତ ମାର୍ଚ୍ଚ ମାସ ୧୦ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ୨୦୨୫-୨୬ ରେ କରାଯିବ ବୋଲି ଉଲ୍ଲେଖ କରି ସମ୍ପୂକ୍ତ ବିଭାଗ ହାତ ବାନ୍ଧି ବସିଥିବା ସାମାଜିକ କର୍ମୀ ଶ୍ରୀ ବେହେରା ଅଭିଯୋଗ କରିଛନ୍ତି।ଏନେଇ ବିଭାଗୀୟ ଯନ୍ତ୍ରୀ ସୋସନ କୁଣ୍ଡୁଲୁ ଙ୍କୁ ପଚାରିବାରୁ ରାସ୍ତା ରେ ନୂତନ ପିଚୁ କାମ ହେବା ନେଇ ଏପ୍ରୁଭାଲ ପାଇଁ ପଦକ୍ଷେପ ନିଆଯାଇଛି,ଏପ୍ରୁଭାଲ ଯେତେ ଶୀଘ୍ର ହେବ ଟେଣ୍ଡର କରାଯାଇ ରାସ୍ତା ନିର୍ମାଣ କରିଯିବ ବୋଲି କହିଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ରିଷିଡା ପୌରକେଲା ରାସ୍ତା ଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୨୦୧୮ ମସିହାରେ ଟେଣ୍ଡର ଜରିଆରେ ଜୈନେକ ଠିକାଦାର ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିଲା।

What's Your Reaction?

like

dislike

love

funny

angry

sad

wow