ମହା ଆଡ଼ମ୍ବର ରେ କୁଶୁର୍ଲା ରେ ମକର ମେଳା ଆରମ୍ଭ... ଓଡିଶା ତଥା ଓଡ଼ିଶା ବାହାର ରାଜ୍ୟ ର ଲକ୍ଷ୍ୟାଧିକ ଭକ୍ତ ଓ ବ୍ୟବସାୟୀ ଙ୍କ ସମାଗମ

Jan 14, 2026 - 21:11
Jan 14, 2026 - 21:20
 0  36
ମହା ଆଡ଼ମ୍ବର ରେ କୁଶୁର୍ଲା ରେ ମକର ମେଳା ଆରମ୍ଭ... ଓଡିଶା ତଥା ଓଡ଼ିଶା ବାହାର ରାଜ୍ୟ ର ଲକ୍ଷ୍ୟାଧିକ ଭକ୍ତ ଓ ବ୍ୟବସାୟୀ ଙ୍କ ସମାଗମ

କର୍ଲାମୁଣ୍ଡା,୧୪/୦୧ ଲୋକ ଆବାଜ. ଇନ(ପ୍ରଦୀପ କୁମାର ସାହୁ ଙ୍କ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋରାଡବରା ଗ୍ରାମ ପଞ୍ଚାୟତ କୁଶୁର୍ଲା ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବପୀଠ ଠାରେ କର୍ଲାମୁଣ୍ଡା,ନର୍ଲା, କେସିଙ୍ଗା, ମ.ରାମପୁର ଆଦି ବ୍ଲକ ଅଞ୍ଚଳର ୪ ୪ ଖଣ୍ଡ ଗ୍ରାମକୁ ନେଇ ଗଠିତ ହୋଇଥିବା ମିଳିତ ମକରମେଳା ସୋମବାର ଠାରୁ ଆରମ୍ଭ ହୋଇଯାଇଛି।ବୁଧବାର ପ୍ରଭୁ ହରଗୌରୀଙ୍କ ନିତ୍ୟ ପୂଜାର୍ଚ୍ଚନା ସହିତ ମକର ସଂକ୍ରାନ୍ତି ହୋମ ସହ ମକରମେଳା ଚାଉଳ ଭୋଗ ଲାଗିଥିଲା । ପରେ ଉପସ୍ଥିତ ଭକ୍ତମାନେ ଏହି ମକର ଚାଉଳ ପ୍ରସାଦକୁ ଉତ୍ସାହିତ ହୋଇ ବଣ୍ଟନ କରାଯାଇ ଭାବ ଆଦାନ ପ୍ରଦାନ କରାଯାଇଥିଲା ।

ଅପରାହ୍ନ ରେ ହରଗୌରୀଙ୍କୁ ରଥାରୁଢ କରି ନଗର ପରିକ୍ରମା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।ମହୋତ୍ସବ କମିଟିର ତତ୍ଵାବଧାନରେ ଆୟୋଜିତ ହୋଇଥିବା ୭୬ ତମ ମକରମେଳା ମହୋତ୍ସବ ପାଇଁ ଭକ୍ତମୟ ହୋଇ ପଡିଛି ଏହି ଶୈବପୀଠ । ଏହା ଆସନ୍ତା ତା୧୮/୦୧/୨୦୨୬ ରିଖ ଚଣ୍ଡିପୁଜା ସହ ବୋଦାବଳୀ ଦେଇ କାର୍ଯ୍ୟକ୍ରମ ଶେଷ ହେବବୋଲି ଜଣାପଡିଛି ।କାର୍ଯ୍ୟକ୍ରମରେ କମିଟିର ସଭାପତି ଜଗତରାମ ଭୋଇ, ସଂପାଦକ ସୁଶାନ୍ତ ଜାନୀ ,ଉପ ସଭାପତି ହିରାମଣି ସାହୁ,ଯୁଗ୍ମ ସମ୍ପାଦକ ଦୟା ବାଗ,କୋଷାଧ୍ୟକ୍ଷ ଲଷ୍ମୀ ପ୍ରସାଦ ସାହ ,ଲୋକନାଥ ଦାସ, ଟଙ୍କଧର ସାହୁ,ନିରଞନମାଝୀ ,ରମେଶ ମାଝି,  ରାଜେନ୍ଦ୍ର ବେହେରା,କୈଳାସ ସାହୁ,ନିରୁତ ଜାନୀ,ଜନ୍କ୍ଲେଜୟ ସାହୁ,ଡୋଳାମଣୀଜାନୀ,ଗଣନାଥ ସାହୁ,ଅରୁଣ କୁମାର ବେହେରା,ଅନିରୁଧ ସାହୁ,ଲବ ସାହୁ,ସୋଦ୍ଭାକର ଜାନୀ, ହିମାଞ୍ଚଳ ବଡମାଳୀ,ବସନ୍ତ ବଡମାଳୀ,ଲୋକନାଥ ବଡମାଳୀ,ଚାନ୍ଦୁଳାଳ ବଡମାଳୀ,ପ୍ରଫୁଳ୍କ ବଡମାଳୀ,କ୍ଷୀତୀ ପତୀ ଵଡମାଳୀ,ନନ୍ଦୀକିଶୋର ବଡମାଳୀ ଙ୍କ ସହ ଅନ୍ୟାନ୍ୟ ନେତୃ ବୃନ୍ଦ ରହିଥିବା ବେଳେ ମୁଖ୍ୟ ପୂଜକ ଭାବେ ନେତ୍ରାନନ୍ଦ ବଡମାଳି ରହିଛନ୍ତି। ଏହି ମହୋତ୍ସବ ପାଇଁ ଅଞ୍ଚଳ ,ଜିଲ୍ଲା ,ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସହସ୍ରାଧିକ ବ୍ୟବସାୟୀ ମାନେ ବେପାର ପାଇଁ ଏଠାରେ ଉପସ୍ଥିତ ରହି ଦୋକାନ ବଜାର ଲଗାଇ ଥିବାରୁ ଶୈବପୀଠ ଉତ୍ସବ ମୁଖର ହୋଇପଡିଛି । ଏହି ମହୋତ୍ସବକୁ ଅଞ୍ଚଳ ର ଲକ୍ଷାଧିକ ଜନସମାଗମ ହେବାର ଅଶଙ୍କା ରଖାଯାଇଛି ।ତେବେ ପ୍ରତ୍ୟେକ ରାତିରେ ସଂସ୍କୃତିକ କାର୍ଯ୍ୟକ୍ରମ ମାନ କମିଟି ପକ୍ଷରୁ ଆୟୋଜନ କରିଥିବା ଜଣା ପଡ଼ିଛି

What's Your Reaction?

like

dislike

love

funny

angry

sad

wow