ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ବଖଳି ଖୁଣ୍ଟିରେ

ନୂଆପଡା (ରାମନାଥ ପଣ୍ଡାଙ୍କ ରିପୋର୍ଟ , ଲୋକ ଆବାଜ) :
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଫରସରା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବଖଳି ଖୁଣ୍ଟି ଗ୍ରାମରେ ଜି ପି ଏଲ ଏଫ୍ କର୍ମ କର୍ତ୍ତା ଓ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କ ଦ୍ଵାରା ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ବୋଡ଼େନ ବି ଡି ଓ ପ୍ରିୟରଞ୍ଜନ କୁମାର,ସରପଂଚ ସରିତା ନିଆଲ୍ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ରାଉତ, ଏ ପି ଓ ରବିନାରାୟଣ ରାଉତ,କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର କୁମାର ସାହୁ,ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷୀରୋଦ ନାୟକ,ଜି ଆର୍ ଏସ ପୁଣ୍ଡରି କାକ୍ଷ ସୁନାନି ,ଏମ ବି କେ ବବିତା ସା,ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ଯୋଗଦାନ କରି ପ୍ରାୟ ୧ ଏକର ଜମିରେ ୧୦୦ରୁ ଉର୍ଦ୍ଧ୍ବ ଗଛ ଲଗାଇଛନ୍ତି । ଏହି କାର୍ଯ୍ୟକ୍ରମ କିଛି ଦିନ ନିୟମିତ ଭାବରେ ଏଇଠି ଚାଲିବ । ପରିବେଶ କୁ ପ୍ରଦୂଷଣ ମୁକ୍ତ କରିବା ସହିତ ମଣିଷ ସମାଜକୁ ଅମ୍ଳଜାନ ଯୋଗାଇ ବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ।
What's Your Reaction?






