ମ,ରାମପୁର କୁ ଏନ୍ ଏ ସି ଘୋଷଣା ପ୍ରସଙ୍ଗ ପର୍ଯ୍ୟାୟ କ୍ରମେ ମ,ରାମପୁର କୁ ଏନ୍ ଏ ସି ଘୋଷଣା କରାଯିବ, ଜନ ସାଧାରଣ ଅପେକ୍ଷା କରନ୍ତୁ

Sep 3, 2025 - 18:40
 0  146
ମ,ରାମପୁର କୁ ଏନ୍ ଏ ସି ଘୋଷଣା ପ୍ରସଙ୍ଗ ପର୍ଯ୍ୟାୟ କ୍ରମେ ମ,ରାମପୁର କୁ ଏନ୍ ଏ ସି ଘୋଷଣା କରାଯିବ, ଜନ ସାଧାରଣ ଅପେକ୍ଷା କରନ୍ତୁ

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍(ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା ମ,ରାମପୁର କୁ ଏନ୍ ଏ ସି ଘୋଷଣା କରିବା ପାଇଁ ବିଭିନ୍ନ ମହଲ ରେ ଦାବି ହେଇ ଆସୁଛି, ଏହା ଆଗାମୀ ଦିନରେ ପର୍ଯ୍ଯାୟ କ୍ରମେ ଏନ୍ ଏ ସି ମାନ୍ୟତା ପାଇବ, ଜନ ସାଧାରଣ ଧର୍ଯ୍ୟ ର ସହ ଅପେକ୍ଷା କରନ୍ତୁ ବୋଲି ଆଜି ମ,ରାମପୁର ବିଜେପି କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼, ଧର୍ମଗଡ ବିଧାୟକ ସୁଧୀର କୁମାର ପାଟ୍ଟଯୋଷୀ କହିଛନ୍ତି । ମ,ରାମପୁର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୋହନ ଗିରି ମଣ୍ଡଳ ସଭାପତି ଖ୍ରୀଷ୍ଟଦତ୍ତ ରାଉତ୍ ଙ୍କ ସମେତ ବରିଷ୍ଠ ବିଜେପି ନେତା ପଦ୍ମ ଲୋଚନ ମିଶ୍ର, ଶ୍ରୀକାନ୍ତ ହୋତା,ପ୍ରତାପ ଚନ୍ଦ୍ର ବାଗ ବିଜୟ କୁମାର ମହାଖୁଡ଼, ମ.ରାମପୁର ମଣ୍ଡଳ ସମ୍ପାଦକ ଦେବଦତ୍ତ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ । ଏଠାରେ ସୂଚନା ଥାଉ କି, ଆସନ୍ତାକାଲି ମ,ରାମପୁର କୁ ଏନ୍ ଏ ସି ଘୋଷଣା ଦାବି ରେ ସର୍ବସାଧାରଣ ଙ୍କ ତରଫରୁ ଏକ ବାର ଘଣ୍ଟିଆ ବନ୍ଦ୍ ଡାକରା ଦିଆ ଯାଇଛି , ତେବେ ଏହି ପରିପ୍ରେକ୍ଷୀରେ ଜନ ସାଧାରଣ ଲୋକ ଙ୍କ ସରକାର ଉପରେ ଅସ୍ଥା ଭାଜନ କରନ୍ତୁ, ନିଶ୍ଚିତ ଭାବେ ମୋହନ ସରକାର ଙ୍କ ସମୟ ରେ ଏନ୍ ଏ ସି ଦାବି କୁ ଗୁରୁତ୍ଵ ଦେଇ ବିଚାର ପୂର୍ବକ ମାନ୍ୟତା ଦେବେ ବୋଲି ଆଲୋଚନା ହେଇଥିବା ଜଣା ଯାଇଛି ।

What's Your Reaction?

like

dislike

love

funny

angry

sad

wow