ଜାତୀୟ କ୍ରୀଡା ପ୍ରତିଯୋଗିତା ରେ ମାନସ ଙ୍କୁ ରୌପ୍ୟ ପଦକ

ବେଲୁର୍ ଗାଁ ର ଗର୍ବ ଓ ଗୌରବ
କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)
କଳାହାଣ୍ଡି ଜିଲ୍ଲା ପାଇଁ ପୁଣି ଥରେ ମାନସ ଆଣିଛନ୍ତି ଗୌରବ । ଏକ ଛୋଟ ଗାଁ ବେଲୁର ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ଜାତୀୟ କ୍ରୀଡା ପ୍ରତିଯୋଗିତା ରେ ମାନସ ଙ୍କୁ ରୌପ୍ୟ ପଦକ ମିଳିଥିବା ଜଣା ପଡ଼ିଛି । କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ଗୋଛା ଡେଙ୍ଗେନ୍ ପଞ୍ଚାୟତ ର ବେଲୁର ଗ୍ରାମ ର ପତି ରାମ ମାଝୀ ଓ ମମତା ମାଝୀ ଙ୍କ ପୁତ୍ର ମାନସ ରଞ୍ଜନ ମାଝୀ ଜାତୀୟ କ୍ରୀଡା ପ୍ରତିଯୋଗିତା ( ଇଷ୍ଟ ଜୋନ) ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ ଗତକାଲି ଓ ଆଜି ଅନୁଷ୍ଠିତ ହେଇଥିବା କ୍ରୀଡା ପ୍ରତିଯୋଗିତା ର ଲମ୍ବ ଡିଆଁ, ଷାଠିଏ ମିଟର ଓ ଛଅ ଶହ ମିଟର ଦୌଡ, ହଡଳସ, ସର୍ଟ ଫୁଟ୍ ରେ ଭାଗ ନେଇ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ପାଇଛନ୍ତି । ଏହି ପ୍ରତିଯୋଗୀତା ରେ ଓଡ଼ିଶା, ଆସାମ, ବିହାର, ଝାରଖଣ୍ଡ, ପଶ୍ଚିମ ବଙ୍ଗ, ସିକିମ, ରାଜ୍ୟ ର ପ୍ରତିଯୋଗିତା ମାନେ ଅଂଶ ଗ୍ରହଣ କରିଥିଲେ । ସୂଚନା ଥାଉ କି ମାନସ ରଞ୍ଜନ ମାଝୀ ସମ୍ପ୍ରତି କୋରାପୁଟ ସ୍ପୋର୍ଟସ ହଷ୍ଟେଲ ରେ ରହି ଦଶମ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି । ସେ ପିଲାଟି ଦିନରୁ କ୍ରୀଡା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ରାଜ୍ୟସ୍ତରୀୟ ସଫଳତା ହାସଲ କରି ଆସିଛନ୍ତି । ତାଙ୍କରି ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି ।
What's Your Reaction?






