ମ ରାମପୁର ପୋଲିସ ଦ୍ୱାରା କାର ଗାଡି ସହ ଗଂଜେଇ ଜବତ

ମ,ରାମପୁର ପୁଲିସ ଦ୍ଵାରା କାର୍ ଗାଡ଼ି ସହ ଗଞ୍ଜେଇ ଜବତ
କଳାହାଣ୍ଡି: ଲୋକ୍ ଆଵାଜ୍.ଇନ୍( ବ୍ୟୁରୋ):-
କଳାହାଣ୍ଡି ଜିଲ୍ଲା ମ,ରାମପୁର ଥାନା ଅନ୍ତର୍ଗତ ପାଜିବାହାଲି ଛକ ଠାରେ ମ,ରାମପୁର ପୁଲିସ୍ ଦ୍ଵାରା ଆଜି ସନ୍ଧ୍ୟା ରେ ଏକ କାର୍ ଗାଡ଼ି ସହିତ ଓ ଗଞ୍ଜେଇ ଜବତ ହୋଇଛି । ପ୍ରାପ୍ତ ସୂଚନା ମୁତାବକ ବିଶେଷ ସୂତ୍ର ରୁ ଖବର ପାଇ ମ,ରାମପୁର ଥାନା ଅଧିକାରୀ ସୁଦର୍ଶନ ନାୟକ ଙ୍କ ନେତୃତ୍ୱ ରେ ଏକ ଟିମ୍ ଯାଇ ମୋହନ ଗିରି ପଟୁ ଆସୁଥିବା ଏକ କାର ( ଗାଡ଼ି ନମ୍ବର୍ ସିଜି ୦୪ ଏନ୍ ଜେଡ ୮୪୪୯) ଅଟକାଇ ସେଠାରୁ ତିନି ବସ୍ତା ଗଞ୍ଜେଇ ସହିତ ବଲାଂଗୀର ଜିଲ୍ଲା ବଙ୍ଗୋମୁଣ୍ଡା ( ଚିନା ଗୁଡା) ଅଞ୍ଚଳ ର ଇଶୁ ଦାସ ଛତ୍ରିଆ ଙ୍କୁ ଅଟକ ରଖିଛି । ଉକ୍ତ ବ୍ୟକ୍ତି ଜଣଙ୍କ ଖରୀଆର ଅଞ୍ଚଳ କୁ ବିକ୍ରୀ ପାଇଁ ନେଉଥିବ ସ୍ବୀକାର କରିଛନ୍ତି । ତେବେ ମ,ରାମପୁର ଅଞ୍ଚଳରେ ପ୍ରାୟ ସବୁ ସମୟରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ର ଆଖି ଦୃଶିଆ ପଦକ୍ଷେପ ନେବା ରେ ଅବହେଳା ଯୋଗୁଁ ଘଟୁଛି ବୋଲି ବୁଦ୍ଧିଜୀବି ମହଲ ରେ ଆଲୋଚନା ହେଉଛି। ଏହି ଚଢାଉ ବେଳେ ଥାନାଧିକାରୀ ଶ୍ରୀଯୁକ୍ତ ନାୟକ ଙ୍କ ସମେତ ମ,ରାମପୁର ତହସିଲ୍ ଦାର ସୁଧାକର ରଇତ, ଏସ୍ ଆଇ ଗୋପବନ୍ଧୁ ନାୟକ, ଏସ ଆଇ କବିତା ବାଗ,ଏ ଏସ ଆଇ ଜି ଅଭିମନ୍ୟୁ ରାଓ ପ୍ରମୁଖ ସାମିଲ ଥିଲେ ।
What's Your Reaction?






