ଯୁବକକୁ ଗୁଳିକରି ହତ୍ୟା, ୨ ଜଣ ଅଟକ

Oct 9, 2024 - 10:50
 0  177
ଯୁବକକୁ ଗୁଳିକରି ହତ୍ୟା, ୨ ଜଣ ଅଟକ

କଣ୍ଟାମାଳ୮/୧୦: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ଯୁବକକୁ ଗୁଳିକରି ହତ୍ୟା ସନ୍ଦେହ । ସୂଚନାପ୍ରକାରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ଅଧିନ ନାରାୟଣପ୍ରସାଦ-ବରଗାଁ ରାସ୍ତାରେ ଥିବା ପତ୍ରଫଡ଼ି ନିକଟରେ ଜଣେ ଯୁବକକୁ ଗତ ସୋମବାର ସନ୍ଧ୍ୟାରେ ଗୁଳିକରି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଥିବା ଏକ ବିଲରେ ଫିଙ୍ଗିଦେଇ ଦୁବୃର୍ତ୍ତମାନେ ଫେରାର ମାରିଛନ୍ତି । ମଙ୍ଗଳବାର ସକାଳୁ କେତେକ ଲୋକ ଗତରାତିରୁ ଏକ ପଲସର ବାଇକ ସକାଳ ପର୍ଯ୍ୟନ୍ତ ଥିବାରୁ ସନ୍ଦେହରେ ଲୋକେ ଏପାଖ ସେପାଖ ଦେଖିଥିଲେ ଏବଂ ପାଖ ବିଲରେ କିଏ ଜଣେ ମୁହଁମାଡି ପଡ଼ି ମରିଥିବାର ଦେଖି ଘଣ୍ଟାପଡ଼ା ପୋଲିସକୁ ଖବର ଦେଇଥିଲେ । ଘଣ୍ଟାପଡା ପୋଲିସ ଓ ବୌଦ୍ଧରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନା ପଠାଇବା ସହିତ ତଦନ୍ତ ଆରମ୍ଭ କରିଥିଲେ ମୃତ ବ୍ୟକ୍ତି ଜଣକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ନୂଆଁମୁଣ୍ଡା ଗ୍ରାମର କୁଶଳେଶ୍ୱର ବାରିକଙ୍କ ଏକମାତ୍ର ପୁତ୍ର ବ୍ୟାସ ବାରିକ(୨୫) ବୋଲି ତଦନ୍ତରୁ ଜଣା ପଡିଛି l ତେବେ ରାସ୍ତାରୁ ୩୦ଫୁଟ ଦୂର ଏକ ଚାଷ ଜମିରେ ଶବ ପଡିରହି ଥିଲା l ବାମପାର୍ଶ୍ୱ ଛାତିରେ ଗୁଳି ଲାଗିବା ସହିତ ମୁଣ୍ଡରେ ଅସ୍ତ୍ର ଦ୍ୱାରା ଆଘାତ ଲାଗିଥିବା ପୋଲିସ କହିଛି l ମୃତକର ବଡ଼ବାପା ପୁଅ ଭାଇ ଦିବ୍ୟ ବାରିକ ଘଣ୍ଟାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଏନେଇ ୧୨୯/୨୪ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଘଣ୍ଟାପଡା ଥାନାଧିକାରୀ ନରସିଂହ ମହାପାତ୍ର ସୂଚନା ଦେଇଛନ୍ତି l

What's Your Reaction?

like

dislike

love

funny

angry

sad

wow