ରାତ୍ରି କାଳୀନ ଭଲିବଲ ଟୁର୍ଣ୍ଣାମେଂଟ .... ପିପଲପଦର (ଏମ୍ ଭି ସି)ଚମ୍ପିୟାନ
କର୍ଲାମୁଣ୍ଡା:୨୫/୫(ଲୋକ ଆବାଜ୍.ଇନ୍/ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଯୁବ ସଙ୍ଗଠନ ପକ୍ଷରୁ ରାତ୍ରି କାଳୀନ ଭଲି ବଲ ଟୁର୍ଣ୍ଣାମେଂଟ ରବିବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ଅତିଥି ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସ୍ଥାନୀୟ ସରପଞ୍ଚ ପୁର୍ଣ୍ଣମୀ ମାଝୀ, ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟ ଜିଲ୍ଲା ସଂଯୋଜକ ହରେସ ବାଗ, ସମାଜ ସେବୀ ସମାରୁ ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଫାଇନାଲ ମ୍ୟାଚ ଟି ତୁଣ୍ଡଳା ଓ କେସିଙ୍ଗା ବ୍ଲକ ପିପଲପଦର (ଏମ୍ ଭି ସି)ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା ଏଥିରେ ପିପଲପଦର ଚମ୍ପିୟାନ ହୋଇଥିଲା। ବିଜେତା ଓ ଉପ ବିଜେତା ଦଳ କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।
ଖେଳ ପରିଚାଳନା ରେ ଅଭିରୁପ୍ ଷଡ଼ଙ୍ଗୀ ଓ ବିକାଶ ସାହୁ ରହିଥିବା ବେଳେ ଉଦଘୋଷକ ଯଶପାଲ ସାହୁ, ପ୍ରିୟାଂଶୁ ସାହୁ, ହେମାନନ୍ଦ ସାହୁ ଓ ସ୍କୋରର ଭାବେ ସୁମନ୍ତ ସାହୁ, ବିକ୍ରମ ସାହୁ ଦାୟିତ୍ୱ ନେଇଥିଲେ।ଏଥିରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ୮ ଟି ଦଳ ଅଂଶ ଗ୍ରହଣ କରିଥିଲେ। ରିଞ୍ଜା ଯୁବ ସଂଗଠନ ସଭାପତି ଜିତେନ୍ଦ୍ର ସାହୁ, ନୀଳ ସାହୁ, ରାଜେଶ୍ ସାହୁ,ସିଦ୍ଧାନ୍ତ ସାହୁ , ଗୁଣ ନିଧି ସାହୁ, ଥାବିର ସାହୁ, ହେମାନନ୍ଦ ସାହୁ,ପ୍ରମୋଦ ସାହୁ , ଆନନ୍ଦ ସାହୁ , ଚୈତନ୍ୟ ସାହୁ, ମିଥୁନ ସାହୁ, ପପୁନ୍ ସାହୁ , ପପୁ ସାହୁ ,ସୁରେନ୍ଦ୍ର ସାହୁ,ଅଚିନ ଅନୁଭବ ଷଡଙ୍ଗୀ,ଅଭିଷେକ ସାହୁ,ପିକୁନ ସାହୁ, ହାଡ଼ିବନ୍ଧୁ ସାହୁ,ବିକାଶ ସାହୁ,ଅନାଦି ସାହୁ,କ୍ରିଷ୍ଣା ସାହୁ, ମୁକେଶ ସାହୁ,ବବୁଲୁ ସାହୁ, କମ୍ବୁ ସାହୁ,ମହେନ୍ଦ୍ର ସାହୁ,ପିଙ୍କୁ ସାହୁ, ରବିନ୍ ସାହୁ,ବିରେନ୍ଦ୍ର ସାହୁ, ସରୋଜ ସାହୁ ଙ୍କ ସମେତ ଗ୍ରାମ ବାସୀ ଆୟୋଜନ ରେ ସହଯୋଗ କରିଥିଲେ।
What's Your Reaction?