ରାସ୍ତା ଅବସ୍ଥା ଦୂରବସ୍ଥା l ଦୁର୍ଦ୍ଦଶା ଭୋଗୁଛନ୍ତି ପାରିଗଡ଼ ଗ୍ରାମ ପଞ୍ଚାୟତବା ସୀ

ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ରାସ୍ତା ଅବସ୍ଥା ଦୂରବସ୍ଥା ଗୁମିକିଆ ଠାରୁ ପାରିଗଡ଼ ପର୍ଯ୍ୟନ୍ତ ନିର୍ମାଣଧୀନ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି l ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣଧୀନ ରାସ୍ତାର ଘାଟିକାମ ଅଧାରୁ ଅଟକି ଥିବାରୁ ଲୋକେ ଦୁର୍ଦଶା ଭୋଗୁଛନ୍ତି l ରାସ୍ତାରେ ରେ ବଡ଼ ବଡ ପଥର ମାଟି ପଡ଼ି ରହିଛି, ଗ୍ରାମ୍ୟ ଉନ୍ନୟନ ବିଭାଜନ ବିଭାଗ ତରଫରୁ ରାସ୍ତା ନିର୍ମାଣ କାର୍ଯ୍ୟ ଅହେତୁକ ବିଳମ୍ବ ଓ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର କରା ଯାଉଥିବାରୁ ରାସ୍ତା ରେ ବଡ଼ ବଡ଼ ପଥର ପଡ଼ି ରହିଛି l ପକାରୀ ଠାରୁ ପାରିଗଡ ରାସ୍ତା ର ବିଭିନ୍ନ ସ୍ଥାନରେ ବଡ଼ ବଡ ଗର୍ତ୍ତ ରହିଛି କାମ ନ ସରୁଣୁ ରାସ୍ତା କାର୍ଯ୍ୟ ମରାମତି ର ଆବଶ୍ୟକ ପଡୁଛି l ସେହିପରି ପକlରୀ ଠାରୁ ପାରିଗଡ ରାସ୍ତା ରେ ଚାରି ଚକିଆ ଯାନ ଆମ୍ବୁଲାନ୍ସ ଯାତାୟାତ ଦୂରର କଥା ଦୁଇ ଚକିଆ ଯାନ ଯାତାୟାତ କରିବା କଷ୍ଟକର ବ୍ୟାପାର ହୋଇ ପଡ଼ିଛି l ରୋଗୀ ଗର୍ଭବତୀ ମହିଳା ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ରାସ୍ତା ଖରାପ ଯୋଗୁଁ ବିଭିନ୍ନ ସମୟ ରେ ଛୋଟ ବଡ ଦୁର୍ଘଟଣାମାନ ଘଟୁଛି l ଅଞ୍ଚଳ ରେ ବସବାସ କରୁଥିବା ପଞ୍ଚାୟତ ପକାରି ପାରିଗଡ ସୁବର୍ଣ୍ଣଗିରୀ ଶ୍ରୀରାମପୁର ଗ୍ରାମପଞ୍ଚାୟତ ର ବହୁ ଗ୍ରାମବସୀ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି l ଏନେଇ ବହୁବାର ଅଞ୍ଚଳବlସୀ ପ୍ରଶାସନ ଓ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ l ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବୁଡ଼ାଗୁଡା ସରପଞ୍ଚ ତାଦୁରା ପ୍ରଧାନ ପାରିଗଡ଼ ସରପଞ୍ଚ ସମେତ ଅଞ୍ଚଳ ବାସୀ ଦାବୀ କରିଛନ୍ତି l
What's Your Reaction?






