ରାସ୍ତା ଓ ଗୃହ ଭିବାଗ (R&B)ଦ୍ୱାରା ନିମ୍ନମାନରକାମ କରାଯାଉଥିବା ଅଭିଯୋଗ।

ମାଲକାନଗିରି: ଲୋକଆବାଜ୍. ଇନ୍ (ଅବଦୁଲ ଗାନି ଙ୍କ ରିପୋର୍ଟ)
ମାଲକାନଗିରି ମାଥିଲି ଗାନ୍ଧୀ ଛକ ଠାରୁ ମେଣ୍ଡୁକୁଲି କୁ ରାସ୍ତା ଓ ଗୃହ ନିର୍ମାଣ ଭିବାଗ ଦ୍ୱାରା। ରାସ୍ତା ନିର୍ମାଣ କାର୍ଯ୍ୟ ଟେଣ୍ଡେର ମାଧ୍ୟମରେ କରାଯାଇଛି। ବର୍ତମାନ ଆଉଜଣେ ଠିକାଦାର ଡ୍ରେନ ସହ କାରପର୍କିଙ୍ଗ ଟାଇଲସ ଓ ଶିଶୁ ମନ୍ଦିର କୁ ଯିବା ରାସ୍ତାରେ ଏକ ପୋଲ ନିର୍ମାଣ କରାଯାଇଛି। ଯାହାଦ୍ୱାରା କାଦୁଅ ପୋଚ ପୋଚ ରେ ଛୋଟ ଛୋଟ ଛାତ୍ର, ଛାତ୍ରୀ ଓ ଜନସାଧାରଣ ଯିବା ଆସିବା କରୁଛନ୍ତି। ଠିକାଦାର ଙ୍କୁ ପଚାରି ବାରୁ କାମ ଠିକ ରେ ଚାଲିଛି। ଏଂବ ପୋଲ ସେ ପଟେ ବ୍ଲକ ରାସ୍ତା ତେଣୁ ବ୍ଲକ ପ୍ରଶାସନ ସେ ରାସ୍ତା କାମ କରିବେ ବୋଲି କହିଛନ୍ତି। ମାଥିଲି ବ୍ଲକ ସହକାରୀ ଯନ୍ତ୍ରୀ ଙ୍କ ମତାମତ ନେବାରୁ ଉକ୍ତ ଠିକାଦାର ମୁରୁମ କିମ୍ବା ପଥର ଗୁଣ୍ଡ ଦେବାବଦଳରେ ମାଠି ପକାଇବା ଦ୍ୱାରା କାଦୁଅ ହେଉଛି ବୋଲି କହିଛନ୍ତି। ଏଂବ ଆସନ୍ତା ଆର୍ଥିକ ବର୍ଷ ରେ ରାସ୍ତା କାମ ହେବ ବୋଲି ପ୍ରତିଶୃତି ଦେଇଛନ୍ତି। ବର୍ତମାନ ମାଥିଲି ସାପ୍ତାହିକ ହାଟ ନିକଟରେ ନିମ୍ନମାନର ଟାଇଲସ କାମ ଚାଲୁଥିବା ଦେଖିବାକୁ ମିଳିଛି। ଏହାର ସଠିକ ତଦନ୍ତ କରାଯାଇ ପୁର୍ନବାର ଭଲ କାମ କରିବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି।
What's Your Reaction?






