ରୋକାଲ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

Oct 2, 2024 - 18:51
 0  47
ରୋକାଲ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ନୂଆପଡ଼ା: ଲୋକ ଆବାଜ୍. ଇନ୍ (ରାମନାଥ ପଣ୍ଡା ଙ୍କ ରିପୋର୍ଟ)

 ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ରୋକାଲ ପଞ୍ଚାୟତରେ ଆଜି ସରପଞ୍ଚ ଠାକୁର ବାଗଙ୍କ ସଭାପତିତ୍ବରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜିତ ହୋଇଥିଲା ।ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ଠାକୁର ବାଗ,ମୁଖ୍ୟ ଅତିଥି ରୂପେ ପୂର୍ବତନ ସରପଞ୍ଚ ବିଶିକେଶନ ବିଶ୍ଵାଳ,ସମ୍ମାନିତ ଅତିଥି ଭାବରେ ସୁପରିଚିତ ସାମ୍ବାଦିକ ରାମନାଥ ପଣ୍ଡା,ବି ଆର୍ ସି ହେରାମ୍ୱ ବିଶ୍ଵାଳ,ଆଇ ସି ଡି ଏସ ସୁପର ଭାଇଯର ଅହଲ୍ୟା ଜଗତ, ଜୟବାହାଳ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ମୁଣ୍ଡ,ପଞ୍ଚାୟତ ନିର୍ବାହୀ ଅଧିକାରୀ ବାବୁଜୀ ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ ।

ସରପଞ୍ଚ ଠାକୁର ବାଗ ଏହି ଗ୍ରାମସଭାର ଉଦ୍ଦେଶ୍ୟ ଉପସ୍ଥାପନ କରିଥିବାବେଳେ ପି ଇ ଓ ବାବୁଜୀ ମାଝୀ ବିଭିନ୍ନ ଯୋଜନା ଉପରେ ତଥା ପଞ୍ଚାୟତର ବିକାଶ ଦିଗରେ ଆବଶ୍ୟକ ହେଉଥିବା ଯୋଜନାର ଆଲୋକପାତ କରିଥିଲେ ।ସ୍ଵଭାବ ସ୍ବଚ୍ଛତା ଓ ସଂସ୍କାର ସ୍ବଚ୍ଛତା ଦିଗରେ ଆମେ କେତେ ସଚେତନ ଅଛୁ ଏବଂ ଆଗାମୀ ଦିନ ଗୁଡିକରେ ଆମେ କଣ କଲେ ସ୍ୱଚ୍ଛ ପରିବେଶ ପାଇପାରିବା ତା' ଉପରେ ଅନ୍ୟ ସମସ୍ତ ଅତିଥି ଅଧିକାରୀ ଭଲ ଭାବରେ ଆଲୋଚନା କରିଥିଲେ।ଏମ ବି କେ ଇନ୍ଦିରା ବାଗ ନିଜ ଅଭିଭାଷଣରେ ସ୍ପଷ୍ଟ ଭାବେ ଇଙ୍ଗିତ କରି କହିଲେ କି ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଗ୍ରାମ ସଭାରେ ଭାଗ ନେଇ ଯୋଜନା ପ୍ରସ୍ତୁତିରେ ଅଂଶ ଗ୍ରହଣ କରି ମନୋବଳ ଦୃଢ଼ କରିବା ନିତାନ୍ତ ଜରୁରୀ ଅଟେ ।ସ୍ବଚ୍ଛତାକୁ ଆଖି ଆଗରେ ରଖି ଆଜି ଏକ ଶପଥ ପାଠ କରାଯାଇ ଥିଲା । ସହକାରୀ ଶିକ୍ଷକ ଲିଖିତ ଶପଥ ପାଠକୁ ପାଠ କରିଥିବାବେଳେ ଉପସ୍ଥିତ ଅନ୍ୟ ସମସ୍ତେ ତାକୁ ନିଜେ ନିଜେ ପାଠ କରିଥିଲେ ।ଗ୍ରାମସଭାରେ ମିଶନ ଶକ୍ତିର ଜି ପି ଏଲ ଏଫ୍ ସଭାନେତ୍ରୀ ଲୋଚନେ ସଲମା,ଏମ ବି କେ ଇନ୍ଦିରା ବାଗ, ସମସ୍ତ ସି ଆର୍ ପି, କୃଷି ମିତ୍ର, ପ୍ରାଣୀ ମିତ୍ର, ଇ ସି ମେମ୍ବର,ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,ସାଧାରଣ ଜନତା,କୃଷି ସହାୟକ ନର ସିଂ ଶବର,ଯୋଗାଣ ସହାୟକ ପ୍ରେମ ଶବର,ପଞ୍ଚାୟତ କାର୍ଯ୍ୟାଳୟର ଅନ୍ୟ ଷ୍ଟାଫ୍ ଉପସ୍ଥିତ ରହି ବିଭିନ୍ନ ଯୋଜନା ସବୁ ଉପସ୍ଥାପନ କରିଥିଲେ ।ସହଯୋଗୀ ଭାବେ ହେରାମ୍ୱ ରାଉତ,ବୈକୁଣ୍ଠ ବାଗ,ନବ ଶବର, ହେମନ୍ତ ଠେଲା ସହଯୋଗ କରିଛନ୍ତି ।ସାମ୍ବାଦିକ ରାମନାଥ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ସରପଂଚ ଠାକୁର ବାଗ ଧନ୍ୟବାଦ୍ ଅର୍ପଣ କରିବା ସହ ସଭା ସାଙ୍ଗର ନିର୍ଦ୍ଦେଶ କରିଛନ୍ତି ।ଉପସ୍ଥିତ ସମସ୍ତେ ମିଶି କିଛି ସମୟ ପାଇଁ ସଫେଇ କାର୍ଯ୍ୟ କରି ଜନ ସଚେତନତା ସୃଷ୍ଟି କରାଯାଇଥିଲା ।

What's Your Reaction?

like

dislike

love

funny

angry

sad

wow