ଲଗାଣ ବର୍ଷା ଯୋଗୁଁ ଘରେ ଆଣ୍ଠୁଏ ପାଣି

Sep 9, 2024 - 18:25
 0  117
ଲଗାଣ ବର୍ଷା ଯୋଗୁଁ ଘରେ ଆଣ୍ଠୁଏ ପାଣି

ନର୍ଲା; ଲୋକ ଆବାଜ୍ .ଇନ୍(ଜଗତ ରାମ୍ ସାହୁ)

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନର୍ଲା ଅଞ୍ଚଳର ରାସ୍ତା ଘାଟ, ପୋଖରୀ, ଗାଡ଼ିଆ ମାନଙ୍କ ରେ ବର୍ଷା ଜଳ ଭରି ରହିଥିବା ବେଳେ ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲାରୋଡ ତ୍ରିଲୋଚନ ଶବରଙ୍କ ଘରେ ଆଣ୍ଠୁଏ ପାଣି ଥିବା ଦେଖିବାକୁ ମିଳିଥିଲା ,ଖବର ପାଇ ନର୍ଲା ତହସିଲଦାର ବିଶ୍ୱରଞ୍ଜନ କଁହର ପହଁଛି ଅଗ୍ନିଶମ ବିଭାଗର ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିଲେ। ନର୍ଲା ଅଗ୍ନିଶମ ବିଭାଗ ସଦଳବେଳେ ପହଁଚି ବର୍ଷା ଜଳ କୁ ମୋଟର ମାଧ୍ୟମ ରେ ନିଷ୍କାସନ କରିଥିଲେ।ସର୍ଗିଗୁଡା ସମିତି ସଭ୍ୟ ଚିରଞ୍ଜିବୀ ଗୌଡିଆ,ସରପଞ୍ଚ ପ୍ରତିନିଧି ବିଜୟ କୁମାର୍ ବୁଦ୍ଧିଆ ଓ ନର୍ଲା ରୋଡ ର ସ୍ଥାନୀୟ ଲୋକେ ଉପସ୍ଥିତ ରହି ଉକ୍ତ ପରିବାର ର ସମସ୍ତ ଙ୍କୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ରେ ଥଇ ଥାନ କରାଯାଇଛି।

What's Your Reaction?

like

dislike

love

funny

angry

sad

wow