ପୁଣି କନ୍ଧମାଳ ସାଂସଦ ଙ୍କ ପୋଷ୍ଟର ଚିରି l ପ୍ରଶାସନ ର କାର୍ଯାନୁଷ୍ଠାନ ଶୁନ !!!!!

ବାଲିଗୁଡା : ଲୋକ ଆବାଜ. ଇନ୍ (ପ୍ରମୋଡ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ପୁଣି କନ୍ଧମାଳ ସାଂସଦ ଙ୍କ ପୋଷ୍ଟର ଚିରି ଅଭିଯୋଗ l ଶାରଦୀୟ ଦୁର୍ଗାପୂଜା ଅବସରରେ ପୂର୍ତ୍ତ ବିଭାଗ ଅଫିସ ଛକ ରେ ଲାଗିଥିବା ପୋଷ୍ଟର କୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ଚିରି ଦେଇଥିବା ଅଭିଯୋଗ ହେଉଛି l ବିରୋଧୀ ଅସହିଷ୍ଣୁ ହୋଇ ବାରମ୍ବାର ପୋଷ୍ଟର ଚିରୁଥିବା ଅଭିଯୋଗ କରିଛି ବିଜେପି l ପୂର୍ବରୁ ତ୍ରିବେଦୀ ପାର୍କ ଛକ ନିକଟ ରେ ଦୁର୍ବୁତ୍ତ ମାନେ ପୋଷ୍ଟର କୁ ଚିରିଦେଇଥିଲେ, ଏନେଇ ନଗର ବିଜେପି ପକ୍ଷରୁ ବାଲିଗୁଡା ଥାନାରେ ଲିଖିତ ଏତେଲା ଦିଆଯାଇଥିଲା କିନ୍ତୁ ପୋଲିସ ଏଯାଏଁ ଦୁର୍ବୁତ୍ତ ଙ୍କୁ ଧରି ପାରିନି l ବାଲିଗୁଡା ସହର ରେ ସିସି ଟିଭି ଅଚଳ ଯୋଗୁଁ ପୋଲିସ ଦୁର୍ବୁତ୍ତ ଙ୍କୁ ଧରିବାରେ ସକ୍ଷମ ହୋଇପାରୁନି, ବାଲିଗୁଡା ଏନ ଏ ସି ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ସହର ରେ ସି ସି ଟି ଭି ଲଗାଇଥିଲେ ମଧ୍ୟ ଅନେକ ସିସିଟିଭି ଅଚଳ ହୋଇ ପଡିଛି ତେବେ ସହର ମଧ୍ୟରେ ଘଟୁଥିବା ଅପରାଧ କୁ ନିୟନ୍ତ୍ରଣ ପାଇଁ ପୋଲିସ ର ମୁଣ୍ଡବିନ୍ଧା ର କାରଣ ସାଜିଛି ତେବେ ଅତିଶୀଘ୍ର ସିସିଟିଭି ମରାମତି ସହ ଦୁର୍ବୁତ୍ତ ଙ୍କୁ ଶୀଘ୍ର ଧରିବା କୁ ଜ଼ିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ସୁଭାଶିଷ ମିଶ୍ର ପ୍ରଶାସନ କୁ ଅନୁରୋଧ କରିଛନ୍ତି l
What's Your Reaction?






