ଲୋକ ଆବାଜ୍ ପରିଚାଳନା କମିଟି ବୈଠକ
ଅକ୍ଟୋବରରେ ହେବ ପ୍ରଥମ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ
କଳାହାଣ୍ଡି: ଲୋକ ଆବାଜ୍.ଇନ୍(ବ୍ୟୁରୋ)
ଲୋକ ଆବାଜ୍ ପରିଚାଳନା କମିଟି ବୈଠକ ଆଜି ବେଲଖଣ୍ଡି ଶୈବ ପୀଠ ଠାରେ ଅଧ୍ୟକ୍ଷ ନରୋତ୍ତମ ସେଲମାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସର ରେ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ଲୋକ ଆବାଜ୍ ର ଆଗାମୀ ଦିନରେ ସାରା ରାଜ୍ୟ ରେ ସାମ୍ବାଦିକ ନିଯୁକ୍ତି, ପ୍ରତ୍ୟହ ସନ୍ଧ୍ୟା ସମୟରେ ଏକ ମୁଖ୍ୟ ଖବର ବୁଲେଟିନ, ସହ ପ୍ରତିଟି ଖବର ଉପରେ ତୁରନ୍ତ ନଜର ଦେଇ ଖବର ପ୍ରଚାର ଉପରେ ଗୁରୁତ୍ବ ଦେବାକୁ ମତ ଦେଇଥିଲେ । ମୁଖ୍ୟ ସମ୍ପାଦକ ହେମନ୍ତ ସାହୁ ଲୋକ ଆବାଜ୍ ର ଏକ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ କରିବାକୁ କହିବା ପରେ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଉତ୍ସବ ପାଳନ ର ରୂପରେଖ ଉପରେ ଗୁରୁତ୍ବ ପ୍ରଦାନ କରି ଆଲୋଚନା କରିଥିଲେ । ଏଥି ସହିତ ପ୍ରଥମ ବାର୍ଷିକ ଉତ୍ସବରେ ଦୁଇଜଣ ଙ୍କୁ ମାନପତ୍ର, ଉପାୟନ, ପାରିତୋଷିକ ଅର୍ଥ ରାଶି ପ୍ରଦାନ କରି ସମ୍ମାନୀତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି ଦୁଇ ପ୍ରତିଭା ଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ମୁଖ୍ୟ ସମ୍ପାଦକ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭିଡିଓ ଏଡ଼ିଟର ସତ୍ୟବ୍ରତ ବଗର୍ତ୍ତୀ, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ କୁମାର, ଭଜ ଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
What's Your Reaction?