ଲୋକ ଆବାଜ. ଇନ ର ମହା ପ୍ରଭାବ........ ନଦୀପଡ଼ାରେ ଉତ୍କଟ ପାନୀୟ ଜଳ ସମସ୍ୟା,ଖବର ପ୍ରକାଶିତ ପରେ ପାନୀୟ ଜଳ ପ୍ରକଳ୍ପ ର ହେଲା ମରାମତି

ଧର୍ମଗଡ଼: ୧୮/୦୩(ଲୋକ ଆବାଜ ଇନ/ସନତ କୁମାର ପ୍ରଧାନୀ ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡା ରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହେବାସହ ପାନୀୟ ଜଳ ପ୍ରକଳ୍ପ ରୁ ମଧ୍ୟ ବିଗତ ୩ ମାସ ହେବ ଜଳ ଯୋଗାଣ ବନ୍ଦ ରହିଥିଲା। ପାନୀୟ ଜଳ ପାଇଁ ନିକଟସ୍ଥ ନଦୀ ରେ ବାଲିଚୁଆ ଖୋଲି ଲୋକେ ପାନୀୟ ଜଳ ସଂଗ୍ରହ କରୁଥିଲେ।
ଏ ସମ୍ପର୍କିତ ଖବର ୱେବ ପୋର୍ଟାଲ ଲୋକ ଆବାଜ .ଇନ ରେ ପ୍ରକାଶିତ ହୋଇଥିଲା।ଏହାପରେ ବ୍ଲକ ଜଳଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇ, କନିଷ୍ଠ ଯନ୍ତ୍ରୀ ଫନୀନ୍ଦ୍ର ଆରକା,ଖୁଣ୍ଟିଆ ପିଇଓ ଦାମୋଦର ବେମାଲ ନଦୀପଡା ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ଅଚଳ ଥିବା ପାନୀୟ ଜଳ ପ୍ରକଳ୍ପ କୁ ମରାମତି କରି ପାନୀୟ ଜଳ ଯୋଗାଣ କରିଛନ୍ତି। ପାନୀୟ ଜଳ ସମସ୍ୟା ସମାଧାନ ହେବାପରେ ଗ୍ରାମବାସୀ ମାନେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
What's Your Reaction?






