ଶିକ୍ଷା ବିଭାଗ ପକ୍ଷରୁ ପେନସନ ବିଦାୟ ସମାରୋହ.....ଅବସର ଜୀବନ ଟା ବାର୍ଦ୍ଧକ୍ୟ ନୁହେଁ ବୋଲି ସଂକଳ୍ପ ନେଲେ ଜୀବନ ଟା ସୁନ୍ଦର ହୋଇଯିବ........ଜିଲ୍ଲାପାଳ
ସୋନପୁର:୨୯/୧୧(ଲୋକ ଆବାଜ. ଇନ/ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ଜିଲ୍ଲା ଶିକ୍ଷା ପରିବାର ର ଇତିହାସରେ ପ୍ରଥମ ଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ସୋନପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚାକରି ର ଶେଷ ଦିନରେ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପେନ୍ସନ ବିଦାୟ ସମାରୋହ ରେ ଯୋଗ ଦେଇଥିଲେ । ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମିନାରାଣୀ ମଙ୍ଗଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଘନଶ୍ୟାମ ମେହେର, କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଡ. ସାହୁ ଅନ୍ତିମ ପେନ୍ସନ ପତ୍ର ସହିତ ସ୍ମୃତିଫଳକ ହସ୍ତାନ୍ତର କରି ଶ୍ରୀ ସୌମିତ୍ରି ପାଢ଼ୀ, ହିନ୍ଦୀ ଶିକ୍ଷକ, ଗଣେଶ୍ୱର ହାଇସ୍କୁଲ, ପଞ୍ଚମହଲା, ଓ ଶ୍ରୀ ସନ୍ତୋଷ କୁମାର ସାହୁ, ହିନ୍ଦୀ ଶିକ୍ଷକ, ମେଣ୍ଢା ହାଇସ୍କୁଲ ଓ ଶ୍ରୀ ଚନ୍ଦିଆ ମାଝି, କନିଷ୍ଠ ସହାୟକ, ବଡକର୍ଲେ ଙ୍କୁ ସମ୍ମାନିତ କରିଥିଲେ l ଅବସର ଜୀବନ ଗୋଟେ ବାର୍ଦ୍ଧକ୍ୟ ନୁହେଁ ବୋଲି ଆପଣ ଯଦି ମନ ରେ ଭାବି ନେବେ, ଓ ସମୟ ସ୍ରୋତ ରେ ଯାହା ସବୁ ଘଟେ ତାକୁ ଯଦି ବାସ୍ତବ କ୍ଷେତ୍ରରେ ଗ୍ରହଣ କରିବେବେ ତାହେଲେ ପରବର୍ତ୍ତୀ ଜୀବନ ଟା ସୁନ୍ଦର ହୋଇଯିବ ବୋଲି ଡ଼. ସାହୁ ପ୍ରକାଶ କରିଥିଲେ l ଓ ପରିବାର, ମିତ୍ର ଓ ସମାଜ ପ୍ରତି ଆଗାମୀ ଜୀବନକୁ ଉତ୍ସର୍ଗ କରି ଜୀବନ କୁ ସୁଖମୟ ଓ ସାର୍ଥକ କରିବାକୁ ପ୍ରେରଣା ଦେଇଥିଲେ । ଶ୍ରୀମତୀ ମିନାରାଣୀ ମଙ୍ଗଳ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସାହ, ସମର୍ପଣ ଓ ସମୟୋପଯୁକ୍ତ କାର୍ଯ୍ୟସାଧନ ଓ ପରିବେଶ ସ୍ୱଚ୍ଛତା ପାଇଁ ଧନ୍ୟବାଦ ଦେଇଥିଲେ। ପେନ୍ସନ ପତ୍ର ସମୟୋପଯୁକ୍ତ ଭାବରେ ତିଆରି କରିବାରେ ଶ୍ରୀ ମନୋରଞ୍ଜନ ନାୟକ, ହିସାବ ନିୟନ୍ତ୍ରକ, ଓଡିଶା ଓ ଶ୍ରୀ ପଦାରବିନ୍ଦ ମହାପାତ୍ର, ସହ ହିସାବ ନିୟନ୍ତ୍ରକ, ଓଡିଶା ଙ୍କ ଅତି ଗୁରୁତ୍ବପୂର୍ଣ ଅବଦାନ ଥିଲା । ଏହି ପେନ୍ସନ ବିଦାୟ ସମାରୋହ କୁ ଉପ ବିଭାଗୀୟ ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ତରସିଆ ସଂଚାଳନା କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇ ଥିଲା l
What's Your Reaction?