ଶିବ ମନ୍ଦିର ନିକଟ ରେ ଗୋ ବଧ କରି ଗୋ ମାଂସ ବିକ୍ରି ଅଭିଯୋଗ ରେ ୪ ଗିରଫ ଅଞ୍ଚଳ ରେ ଉତ୍ତେଜନା
ବାଲିଗୁଡା: ୯/୧୦:ଲୋକ ଆବାଜ୍.ଇନ୍/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ଶିବ ମନ୍ଦିର ନିକଟରେ ଗାଈ କାଟି ମାଂସ ବିକିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ ପହଁଞ୍ଚି ଚାରି ଜଣକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ କଟା ଗୋ ମାଂସ, କଟା ଗାଈ ମୁଣ୍ଡ, ଟାଙ୍ଗିଆ ଓ ମାଂସ କଟାରେ ବ୍ୟବହୃତ ଛୁରୀ କୁ ଜବତ କରିଛି l
ଫିରିଙ୍ଗିଆ ବ୍ଲକ ଆସିଥିବା ବେଳେ ଶିବ ମନ୍ଦିର ନିକଟରେ ଖୋଲା ଜାଗାରେ ଖୁଲୁମ ଖୁଲା ନିର୍ଭୟରେ ଗାଈ କୁ ନେଇଁ ମାରି ମାଂସ କାଟିବା ଏବଂ ଏହାକୁ କିଛି ଲୋକଙ୍କ ବିରୋଧ ସତ୍ୱେ ଗୋ ମାଂସ କାଟି ବିକ୍ରି କରିବାକୁ ଚେଷ୍ଟା କରିବା କୁ ନେଇଁ ଅଞ୍ଚଳ ରେ ଅସନ୍ତୋଷ ପ୍ରକାଶ ପାଇଛି ସକାଳୁ କାସିନି ପଦର ଗାଁର ଅର୍ଜୁନ ଦିଗାଲ (୪୫) ଲାଲୁ ଦିଗାଲ (୭୫) ଶ୍ରୀକାନ୍ତ ଦିଗାଲ (୨୪) ପ୍ରସନ କୁମାର ଦିଗାଲ (୪୧) ବର୍ଷ ଏମାନେ ଚାରି ଜଣ ଏକ ଗାଈ କୁ ଶିବ ମନ୍ଦିର ନିକଟରେ ଥିବା ଏକ ପଡିଆରେ ମାରିବା ସହ ମୁଣ୍ଡ ଅଲଗା କରି ବିକ୍ରି ଉଦ୍ଦେଶ୍ୟ ରେ ମାଂସ କାଟିଥିଲେ ସ୍ଥାନୀୟ ଲୋକେ ଏହା ଦେଖି ବିରୋଧ କରିଥିଲେ ମଧ୍ୟ କାହା କଥା ଶୁଣି ନଥିଲେ ଯାହାଦ୍ୱାରା ଅଞ୍ଚଳ ରେ ଏକ ଅପ୍ରିତିକର ପରିବେଶ ଶୃଷ୍ଟି ହୋଇଥିଲା l ଖବର ପାଇ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳ ରେ ପହଁଞ୍ଚି ଗୋ ମାଂସ କାଟୁଥିବା ସ୍ଥାନରୁ ୪ ଜଣଙ୍କୁ ଗିରଫ କରାଯାଇଛି ଗୋ ମାଂସ, କଟା ମୁଣ୍ଡ, ଗୋଡ଼, ଜବତ କରିବା ସହ ଫିରିଙ୍ଗିଆ ଥାନାକୁ ଆଣିଥିଲେ l ଫିରିଙ୍ଗିଆ ଥାନାରେ ଏହି ଘଟଣା କୁ ନେଇଁ ଏକ ମାମଲା ରୁଜୁ କରିଥିବା ବେଳେ ତୁରନ୍ତ ଚାରି ଜଣଙ୍କୁ କୋର୍ଟ ଚାଲାଣ କରି ଘଟଣା ର ଅଧିକ ତଦନ୍ତ କରୁଥିବା ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀ ଧର ସାହୁ ସୂଚନା ଦେଇଛନ୍ତି l ଘଟଣା ରେ ଅଞ୍ଚଳ ରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଗୋ ହତ୍ୟା ରେ ସମ୍ପୃକ୍ତ ଥିବା ଚାରି ଜଣକ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଅଞ୍ଚଳ ବାସି l
What's Your Reaction?