ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ଭାଲୁପିଆ ଠାରେ କ୍ଷେତ୍ର ଦିବସ

କର୍ଲାମୁଣ୍ଡା:ଲୋକ ଆବାଜ.ଇନ( ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶ୍ରୀ ଅନ୍ନ ଅଭିଯାନ ର କାର୍ଯ୍ୟକାରୀ ସଂସ୍ଥା ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ଓ ଓଡିଶା ସରକାର ଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗଜବାହାଲ ପଞ୍ଚାୟତ ଭାଲୁପିଆ ଠାରେ କ୍ଷେତ୍ର ଦିବସ ପାଳନ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ କୃଷି କର୍ମୀ ଲୋକ ନାଥ ନାଗ ଓ ସୁରଜ ଶେଖର ସାହୁ,ୱାର୍ଡ ମେମ୍ବର ଅବନ୍ତି ଭୋଇ, ଅଗ୍ରଣୀ ଚାଷୀ ବୈକୁଣ୍ଠ ପଧାନ,ସୂର୍ଯ୍ୟ ମଣୀ ଭୋଇ,ଶାନ୍ତି କମିଟି ସଭ୍ୟ ଧନୁ କାଲସାଏ ,ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପର କର୍ଲାମୁଣ୍ଡା ବ୍ଲକ କାର୍ଯ୍ୟ କ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା,ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ , ଜୟ ଥୁଆମୁଲ ରାମପୁର ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିମିଟେଡ଼ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟଙ୍କଧର ନାଏକ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ଶସ୍ୟ ର ଚାହିଦା ଓ ତାକୁ ଖାଦ୍ୟ ରୂପେ ଗ୍ରହଣ କରିବା,ଅମଳ ବୃଦ୍ଧି, ଚାଷର ବିଭିନ୍ନ ପଦ୍ଧତି, ମଣ୍ଡି ର ବ୍ୟବସ୍ଥା ସହିତ ସରକାରୀ ସ୍ତରରେ ଏଥିପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ।ପରେ ପରେ ନିକଟସ୍ଥ ମାଣ୍ଡିଆ ଚାଷ କୁ ଚାଷୀ ମାନଙ୍କ ଦ୍ଵାରା ପରିଦର୍ଶନ କରାଯାଇଥିଲା।
ଶ୍ରୀ ଅନ୍ନ ଅଭିଯାନ ପ୍ରକଳ୍ପ ସିଆରପି ଜୀବର୍ଦ୍ଧନ ସାହୁ,ଧୁରାବନ ବାଗ, ବାଲ୍ମୀକି ଛତ୍ରୀଆ,କମଳ ସୁନା , ଭାନୁମତି ପଧାନ,ପ୍ରବୀଣ ଭୋଇ ,ସ୍ୱେଚ୍ଛାସେବୀ ସତ୍ୟସାଇ ପଧାନ କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ଗାଁରୁ ଶତାଧିକ ମାଣ୍ଡିଆ ଚାଷୀ ଯୋଗ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏକାଉଣ୍ଟାଣ୍ଟ ଦେବାଶିଷ ନାଗ,ମଧୁସୂଦନ ସାହୁ ସହଯୋଗ କରିଥିଲେ
What's Your Reaction?






