ଶ୍ରୀ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ରେ ଗୀତା ଯଜ୍ଞ ପାଳନ

Dec 16, 2024 - 08:02
 0  8
ଶ୍ରୀ ଶ୍ରୀ ବୃନ୍ଦାବନ ବିହାରୀ  ମନ୍ଦିର ରେ ଗୀତା ଯଜ୍ଞ ପାଳନ

ସୋନପୁର : ଲୋକ ଆବାଜ୍.ଇନ୍(ମନୋରଂଜନ ତ୍ରିପାଠୀ ଙ୍କ ରିପୋର୍ଟ)

  ବିଶ୍ଵ ର କଲ୍ୟାଣ ପାଇଁ ପବିତ୍ର ମାର୍ଗଶୀର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ଶୁକ୍ରବାର ଦିନ ଶ୍ରୀ ଶ୍ରୀ ବୃନ୍ଦାବନ ବିହାରୀ ମ‌ନ୍ଦିର ସୋନପୁର ଠାରେ ଗୀତା ଯଜ୍ଞ ମହା ସମାରୋହରେ ପାଳିତ ହୋଇ ଯାଇଛି l ସକାଳ ଘ ୭ ରୁ ପୂଜା ଆରମ୍ଭ ହୋଇ ଘ ୮ ରୁ ଯଜ୍ଞ ଆରମ୍ଭ ହୋଇଥିଲା ଓ ଦିବା ୨ ଟା ରେ ମଙ୍ଗଳ ଆଳତି ପୁଷ୍ପାଞ୍ଜଳି ପୁନଶ୍ଚରଣ କରାଯାଇ ମନ୍ଦିର ରେ ସମସ୍ତ ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା l ମୂଖ୍ୟ ପୂଜକ ଭାବେ ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ର ଯଜ୍ଞ ର ଦାୟିତ୍ବ ନେଇଥିବା ବେଳେ ପୂଜକ ପିତବାସ ମିଶ୍ର ,ଜୟନାରାୟଣ ମହାପାତ୍ର , ଜୟ ମିଶ୍ର , ଶ୍ରୀତମ ମହାପାତ୍ର , ଯଦୁମଣି ମିଶ୍ର , ଲେକୁଡୁ ମିଶ୍ର , ବୈଷ୍ଣପାନୟନ ପଣ୍ଡା, ଉତ୍ତର ପଣ୍ଡା, ବଳରାମ ମିଶ୍ର, ଦୁର୍ଯ୍ୟୋଧନ ମଲ୍ଲିକ ଓ ଅନ୍ୟାନ୍ୟ ଭକ୍ତ ମାନେ ଯଜ୍ଞ ସ୍ଥଳୀ ରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow