ସାନଚେରଗାଁ ଧାନ ମଣ୍ଡିକୁ ବାଧକ ସାଜିଛି ବାସ୍ତରେନି କମ୍ପୁଟର ସେଣ୍ଟର। ଉଛେଦ ଦାବି

କଳାହାଣ୍ଡି,୧୭/୧୨ଲୋକ୍ ଆବାଜ୍.ଇନ୍ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):
ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଧାନ ମଣ୍ଡି ସମ୍ମୁଖରେ ଥିବା ବସ୍ତରେନି କମ୍ପୁଟର ସେଣ୍ଟର ଉଛେଦ ପାଇଁ ଅଭିଯୋଗ ହେଉଛି । ଏଠାରେ ସରକାର ପକ୍ଷରୁ ଅନେକ ସରକାରୀ କୋଠା ଗୁଡିକ ନିର୍ମାଣ ହେଉଥିବା ବେଳେ କିଛି ବ୍ୟକ୍ତିମାନେ ବଳ ପୂର୍ବକ ଗୋଟିଏ କୋଠରୀ ଜବରଦଖଲ କରି କମ୍ପୁଟର ସେଣ୍ଟର ଖୋଲିଥିବା ପ୍ରକାଶ ପାଇଛି। ଉକ୍ତ କୋଠରୀ ଜବରଦଖଲ କରିଥିବା ବ୍ୟକ୍ତି ଜଣକ ହେଲେ ଉକ୍ତ ଗ୍ରାମର ଅଶୋକ ତାଣ୍ଡି । ଉକ୍ତ କମ୍ପୁଟର ସେଣ୍ଟର ଉଛେଦ କରି ମଣ୍ଡିର କର୍ମଚାରୀଙ୍କୁ ଯୋଗାଇ ଦିଆଗଲେ ଧାନକ୍ରୟ କରିବାରେ ସୁବିଧା ଜନକ ହେବ ବୋଲି ଅନେକ ଚାଷୀ ପ୍ରକାଶ କରିଛନ୍ତି । ଏନେଇ ଗୋଲାମୁଣ୍ଡା ତହସିଲଦାର ତଦନ୍ତ କରି ଉକ୍ତ କମ୍ପୁଟର ସେଣ୍ଟର କୋଠରୀକୁ ଉଛେଦ କରି ମଣ୍ଡି କର୍ମଚାରୀଙ୍କୁ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି।
What's Your Reaction?






