ସାର୍ତ୍ତୁଲ ପଞ୍ଚାୟତ ରେ ବାଘ ଆତଙ୍କ, ଲୋକେ ଭୟଭିତ

କନ୍ଧମାଳ : ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ )
କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରେଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ବାହାରୁନଥିବା ଖବର ମିଳିଛି l ସୂଚନା ଯୋଗ୍ୟ ଯେ,.ଗତ ଶନିବାର ଦିନ ଅପରାହ୍ନ ପାଞ୍ଚଟା ରେ ଗ୍ରାମବାସୀ ଛେଳି ଚରାଇବାକୁ ଜଙ୍ଗଲ କୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଲେl କିଛି ସମୟ ପରେ ପାହାଡ଼ ଆରପଟେ ୪ /୫ ଗୋଟି ଛେଳି ମରି ପଡିଥିବା ଦେଖିବାକୁ ମିଳି ଥିଲା l ଛେଳି ଗୁଡିକ ଖଣ୍ଡିଆ ହୋଇ ପଡିଥିଲା l ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି l ବାଘ ଏ ଭିତରେ ଦଶ ଗୋଟି ଛେଳି ଖାଇଲାଣି l ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଛନ୍ତି l ଫଳରେ ଲୋକେ ସନ୍ଧ୍ୟା ନ ହେଉଣୁ ତାଟି, କବାଟ ବନ୍ଦ କରି ଭୟ ଭିତ ହୋଇ ରହୁଛନ୍ତିl ବାଘ ଗ୍ରାମର .ଉପେନ୍ଦ୍ର ପାଟମାଝି, ର ୬ ଗୋଟି ଛେଳି,.ମହନ୍ତ ବଡ଼ମାଝି ଙ୍କ ଗୋଟିଏ ଛେଳି.,.ଆର୍କିଷନ ପାଟମାଝି ଗୋଟିଏ ଛେଳି,ଓ ଜିନାନ୍ତ ପାଟମାଝି ଦୁଇଟି ଛେଳି ମlରି ଖାଇଥିବା ଅଭିଯୋଗ ହୋଇଛି l ଏ ନେଇ କୋଟଗଡ ବନ ବିଭାଗ ରେଞ୍ଜ ର ବାଳ ଗୋପାଳବେହେରା ଙ୍କୁ ଜଣାଇଥିବା ସହ କ୍ଷତି ପୂରଣ ଯୋଗାଇଦେବାକୁ ଅନୁରୋଧ କରି ଛନ୍ତି l
ତେବେ ଏହାର ତଦନ୍ତ ପରେ ବାଘ ନା ଆଉ କୌଣସି ଜଙ୍ଗଲୀ ଯନ୍ତୁ ଛେଳି ମାନଙ୍କୁ ମାରିଚି ତାହା ସ୍ପଷ୍ଟ ହେବ ବୋଲି ରେଞ୍ଜର ବେହେରା କହିଛନ୍ତି l ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ଅଧିକାରୀ ତଦନ୍ତ ଚଳାଇଛନ୍ତି l
What's Your Reaction?






