ମ ,ରାମପୁର ରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୁଜା ଧୁମ୍ ଧାମରେ ପାଳିତ

Sep 16, 2024 - 19:22
 0  7
ମ ,ରାମପୁର ରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୁଜା ଧୁମ୍ ଧାମରେ ପାଳିତ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍‌(ବ୍ୟୁରେ)

ଆଜି ଦେବଶିଳ୍ପୀ ବିଶ୍ଵକର୍ମା ପୂଜା, ସାରା ଦେଶରେ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କ ପୁଜା ବହୁ ଆଡମ୍ବର ସହକାରେ ପାଳନ କରା ଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ମ,ରାମପୁର ରେ ବିଶ୍ଵକର୍ମା  ସଂଘ ତରଫରୁ ଏହି ପୂଜା ଅନୁଷ୍ଠିତ ହୋଇ ଯାଇଛି । ସଂଘ ର ସଭାପତି ଗଣେଶ ପ୍ରସାଦ ମହାରଣା,ସମ୍ପାଦକ ନିରଞ୍ଜନ ମହାରଣା ,ପୂଜା ମୁଖ୍ୟ ପ୍ରଶାନ୍ତ ମହାରଣା ଏହି ପୂଜା ର ନେତୃତ୍ବ ନେଇଥିଲେ ଅନ୍ୟାମାନଙ୍କ ମଧ୍ୟରେ ସଦସ୍ୟ ମାନେ ପୂଜା ପରିଚାଳନା ରେ ସହଯୋଗ କରିଥିଲେ । ଠିକ ସେହିପରି ଘରୋଇ ଡ୍ରାଇଭର ସଂଘ ନିଜ ସଂଘ ପରିସର ରେ ବିଶ୍ଵକର୍ମା ପୂଜା କରିଛନ୍ତି । ତ୍ରୈଲୋକ୍ୟ ନାୟକ, ବିଶ୍ଵ ମାହାର ନେତୃତ୍ବ ନେଇଥିଲେ । ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ । , ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ,ବିଦ୍ୟୁତ୍ ବିଭାଗ ଭଳି ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ରେ ଦେବ ଶିଳ୍ପୀ ଙ୍କୁ ଆରାଧନା କରି ପୂଜାର୍ଚ୍ଚନା କରାଯାଇ ଥିଲା l ମ,ରାମପୁର ଅଞ୍ଚଳ ଆଜି ବିଶ୍ଵକର୍ମା ପୂଜା ନିମନ୍ତେ ଚଳ ଚଞ୍ଚଳ ରହିଥିବା ଦେଖା ଯାଇଛି ।

What's Your Reaction?

like

dislike

love

funny

angry

sad

wow