ସିଆରପିଏଫ୍ ର ଜନସମ୍ପର୍କ ମେଳା

Mar 27, 2025 - 18:56
 0  2
ସିଆରପିଏଫ୍ ର ଜନସମ୍ପର୍କ ମେଳା

ଖଲିପତ୍ର,ମହମବତୀ,ଧୂପକାଠି :ତାଲିମ ସହ ଉପକରଣ ପ୍ରଦାନ

କଳାହାଣ୍ଡି:ଲୋକ୍ ଆବାଜ୍‌.ଇନ୍ (ବ୍ୟୁରୋ)
                    କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଉର୍ଲାଦାନୀଠାରେ ଥିବା ୬୪ବାଟାଲିଅନ୍ ସିଆରିପିଏଫ୍ କ୍ୟାମ୍ପ ତରଫରୁ ଅଂଚଳର ଜନସାଧାରଣଙ୍କ ଜୀବନ ଜୀବିକାକୁ ସୁଦୃୃଢ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସାମଗ୍ରୀ ବଣ୍ଟନ ସହିତ ତାଲିମ୍ ପ୍ରଦାନ କରାଯାଇଛି । ସେକେଣ୍ଡ କମାଣ୍ଡାଣ୍ଟ ପି,କେ ମିଶ୍ରଙ୍କ ଦ୍ୱାରା ଉଦଘାଟିତ ଏହି ଜନସମ୍ପର୍କ ମେଳାରେ ଡ଼ ମେଜର ସଂଜୟ ରଜକ(ସିଏମଓ,୬୪/ବାଟାଲିଅନ୍‌) ଯୁଗଳ କିଶୋର(କମାଣ୍ଡିଙ୍ଗ ଅଫିସର,ଜି/୬୪) ମ.ରାମପୁର ଥାନାଧିକାରୀ ସୁଦର୍ଶନ ନାୟକ,ଉର୍ଲାଦାନୀ ଗ୍ରାମ ପଂଚାୟତର ସରପଂଚ ସୁପ୍ରିୟା ମାଝୀ ଯୋଗଦେଇ ଲୋକଙ୍କୁ ଏହି ସବୁ କାର୍ଯ୍ୟକ୍ରମ  ସମ୍ପର୍କରେ ଅବଗତ କରାଇଥିଲେ । ତାଲିମଦାତା ଭାବେ ହରେକୃଷ୍ଣ ପୁଝାରୀ(ଖଲିପତ୍ର ତିଆରି),ସସ୍ମିତା ପଟ୍ଟନାୟକ,କେ,ସରିତା(ଧୂପକାଠି ପ୍ରସ୍ତୁତି) କୌରବ ସାହୁ(ମହମବତୀ ପ୍ରସ୍ତୁତି) ସମ୍ପର୍କରେ ମହିଳା ସମିିତିର ସଦସ୍ୟାମାନଙ୍କୁ ତାଲିମ ଦେଇଥିଲେ । ଏଥିରେ ଉର୍ଲଦାନୀ ପଂଚାୟତର ଉର୍ଲଦାନୀ, ଡ଼ୁକେଡ଼, ଖଲିଆମୁଣ୍ଡା, ରଙ୍ଗାପଦର ,କୁରୁପଦର, ଜୁରାଖମନ ,  ନାଗଝିରି ଗ୍ରାମରୁ ମହିଳା,ପୁରୁଷ ଯୋଗଦେଇଥିଲେ । ସାମଗ୍ରୀ ବଣ୍ଟନ ଓ ତାଲିମ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବାଟାଲିଅନର କର୍ମଚାରୀମାନେ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow