ସି ଆର ପି ଏଫ ତରଫରୁ ଜନସମ୍ପର୍କ ମେଳା :

ସି ଆର ପି ଏଫ ପକ୍ଷରୁ ଜନସମ୍ପର୍କ ମେଳା
କଳାହାଣ୍ଡି: ଲୋକ୍ ଆବାଜ୍. ଇନ୍ ((ବ୍ୟୁରୋ):)-କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକର ଲୁବେନ ଗଡ ଗ୍ରାମ ପଞ୍ଚାୟତ ଲୁବେନ୍ ଗଡ ବଜାର ପଡ଼ିଆ ରେ ସିଆରପିଏଫ ଏଫ୍ ୬୪ ବାଟାଲିୟନ ପକ୍ଷରୁ
ଜନସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ସେକ୍ଟର ଭୁବନେଶ୍ୱର ର ପୁଲିସ ମହାନିରୀକ୍ଷକ (ଆଇଜି) ଅମିତେନ୍ଦ୍ର ନାଥ ସିହ୍ନ୍ନା ଙ୍କ ନିର୍ଦ୍ଧେଶ କ୍ରମେ ୬୪ଏଫ ବାଟାଲିୟନ ସେକେଣ୍ଡ କମାଣ୍ଡେଣ୍ଟ ପି କେ ମିଶ୍ର, ଆସିଷ୍ଟାଣ୍ଟ କାମାଣ୍ଡଣ୍ଟ ଧନ ରାଜ , ଲବେନ ଗଡ ସରପଂଚ ରମା ମାଝୀ ଯୋଗଦେଇ ଜନସମ୍ପର୍କ ମେଳାକୁ ଉଦଘାଟନ କରିଥିଲେ । ପ୍ରଥମ ପର୍ଯ୍ୟାୟ ରେ ଅଞ୍ଚଳ ର ଲୋକଙ୍କ ଜୀବନ ଜୀବିକା କୁ ସୁଦୃଢ କରିବାକୁ ୧୮ ଗୋଟି ମହୁମାଛି ବାକ୍ସ, ମହୁ କଲୋନୀ,ଷ୍ଟାଣ୍ଡ, ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲୁବେନ ଗଡ, ଡ୍ରମ୍ବା, କାଚୁ ପଡ଼ା ର ମହିଳା ସଂଘ ର କର୍ମକର୍ତ୍ତା ଙ୍କୁ ବଣ୍ଟନ କରାଯାଇଥିବା ବେଳେ ମହୁ ଚାଷ ର ପ୍ରଣାଳୀ ସମ୍ପର୍କ ରେ ସଚେତନ କରାଇବା ସହ ସମ୍ପୂର୍ଣ ପ୍ରକ୍ରିୟା ର ପ୍ରଦର୍ଶନ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ୬୪/ବାଟାଲିୟନ ସିଆରପିଏଫ ଯବାନ ମାନେ ସହଯୋଗ କରିଥିଲେ ।
What's Your Reaction?






