ସିର୍ତ୍ତିଗୁଡା ରେ ଶିଶୁ ମହୋତ୍ସବ ସୁରଭି ଲୋକ କଳା ମହାଆଡମ୍ବରରେ ଅନୁଷ୍ଠିତ

ବାଲିଗୁଡା :ଲୋକ ଆବାଜ୍.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କ୍ଲଷ୍ଟର ଆଞ୍ଚଳିକ ଶିଶୁ ମହୋତ୍ସବ ସୁରଭି ଲୋକକଳା 2024 ସିର୍ତ୍ତିଗୁଡା ସ୍ଥିତ ଉ. ପ୍ରା. ବିଦ୍ୟାଳୟ ଠାରେ ସି. ଆର୍. ସିସି ସୀତୁ ପ୍ରକାଶ ରଥ ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାଆଡମ୍ବରରେ ରେ ଆୟୋଜିତ ହୋଇଅଛି ।
ଏଥିରେ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଓଡିଶା ର ଲୋକ କଳା, ସ୍ଥାପତ୍ୟ, ଶିଳ୍ପ କଳା, ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସୃଜନଶୀଳ ଲିଖନ ମାଧ୍ୟମରେ ପିଲାଙ୍କ ହୃଦୟ ରେ କିପରି ଓଡ଼ିଆ ର ଗର୍ବ, ଗୌରବ,ପରିଚୟ ଓ ସ୍ବାଭିମାନ ଅକ୍ଷୁର୍ଣ୍ଣ ରହିବ ସେଥିରେ ସ୍ଥାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ର ଉଦ୍ଘାଟନୀ ସଭାରେ ବି. ଇ. ଓ ପ୍ରମୋଦ କୁମାର ମଲିକ,, ବି ଆର ସି ସି ଚୈତନ୍ୟ କହଁର, ସୁରେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ ଏହି ଉଦଯାପନୀ ସଭାରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମଲିକ ସହ ଏ ବି ଇ ଓ ସୁରେନ୍ଦ୍ର ନାଥ ଦାସ ମୁଖ୍ୟ ଅତିଥି ଓ ସମ୍ l ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସାହାଣୀ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଉପକୃତ ହୋଇଥିବା ଛାତ୍ର ଛାତ୍ରୀ ଆସନ୍ତା ଅକ୍ଟୋବର ୪ ତାରିଖ ରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ବି. ଇ. ଓ ପ୍ରମୋଦ କୁମାର ମଲିକ ସୂଚନା ଦେଇଛନ୍ତି l
What's Your Reaction?






