ସିଶାଖାଲ ଠାରେ ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳା

କଳାହାଣ୍ଡି:ଲୋକ ଆବାଜ. ଇନ ବ୍ୟୁରୋ
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସିଶାଖାଲ ଠାରେ ସ୍ବେଛାସେବୀ ଅନୁଷ୍ଠାନ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ତଥା ଓଡିଶା ସରକାରଙ୍କ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକ୍ରମ ପକ୍ଷରୁ ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ଦିବସ ପାଳନ ହୋଇଯାଇଛିl
ଏଥିରେ ମୁଖ୍ୟ ଅତିଥି ଭାବେ କର୍ଲାମୁଣ୍ଡା ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ ,ସମ୍ମାନିତ ଅତିଥି ଭାବେ ଗ୍ରାମ୍ୟ କୃଷି କର୍ମୀ ଲୋକ ନାଥ ନାଗ,ଆଇସିଡ଼ିଏସ କର୍ମୀ ଯଶୋବନ୍ତି ସାହୁ, ଅନ୍ନ ଅଭିଯାନ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ଜଗଦୀଶ ପ୍ରସାଦ ରଣା, ଅତିରିକ୍ତ ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ କୁମାର ସାହୁ, ସିଇଓ ଟଙ୍କଧର ନାଏକ, ଶିକ୍ଷକ ବଟ କୃଷ୍ଣ ମେର୍ଲି, କୃଷି ମହାବିଦ୍ୟାଳୟ ଛାତ୍ରୀ ସେହେନାଜ ପ୍ରମୁଖ ଯୋଗ ଦେଇ କ୍ଷୁଦ୍ର ସଶ୍ୟ ଜନିତ ବିଭିର୍ନ ପ୍ରକାର ଖାଦ୍ୟ ର ଓ ପାରମ୍ପରିକ ଖାଦ୍ୟ ସଶ୍ୟ ର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।କାର୍ଯ୍ୟ କ୍ରମ ରେ ବିଭିନ୍ନ ଖୁଦ୍ର ସଷ୍ୟ ତିଆରି ପିଠା ପଣା ତଥା ପାରମ୍ପରିକ ବିହନ ର ପ୍ରଦର୍ଶନ କରିବା ସହ ଅଂଶଗ୍ରହଣକାରୀଙ୍କୁ ଖାଇବା କୁ ଦିଆଯାଇ ସରକାର ଙ୍କ ବ୍ୟବସ୍ଥା ଓ ଉପକାରିତା ବିଷୟରେ ଆଲୋଚନା କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସିଆରପି ଜୀବର୍ଦ୍ଧନ ସାହୁ,ବାଲ୍ମୀକ ଛତ୍ରୀଆ,ପ୍ରବୀଣ ଭୋଇ, କମଳ କୁମାର, ଧୁରାବନ ବାଗ ,ଦେବାଶିଷ ନାଗ,ମଧୁସୂଦନ ସାହୁ ଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ,ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ।
What's Your Reaction?






