ସୁବର୍ଣ୍ଣପୁରରେ ସିଟି କାର୍ଟ ସୋ ରୁମର ଶୁଭରାମ୍ଭ :

ସୁବର୍ଣ୍ଣପୁରରେ ସିଟି କାର୍ଟ ସୋ ରୁମର ଶୁଭାରମ୍ଭ
ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ସହର ନୂଆ ଥାନା ସମ୍ମୁଖରେ ଶନିବାର *ସିଟି କାର୍ଟ* ସୋ ରୁମର ଶୁଭାରମ୍ଭ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ସିଟି କାର୍ଟ ହାଉସ ଓନର ନହିତ୍ ପର୍ବିନ ଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ ଫେସେଲ ଅହମ୍ବଦ ଓ ସହିଲ ଅହମ୍ବଦ ଯୋଗ ଦେଇଥିଲେ l ସିଟି କାର୍ଟ ଶାଖା ପରିଚାଳକ ମିଷ୍ଟର ଅର୍କୋଙ୍କ ତତ୍ତ୍ଵlବଧାନରେ ଅନୁଷ୍ଟିତ ଉଦଘାଟନୀ ଉତ୍ସବରେ ବରିଷ୍ଠ ନାଗରିକ ତଥା ଅବସର ପ୍ରାପ୍ତ ସିଡିଏମଓ ଡାକ୍ତର ରାଜେନ୍ଦ୍ର ମିଶ୍ର, ଡାକ୍ତର ମଞ୍ଜୁଲତା ମିଶ୍ର , ସାମ୍ୱାଦିକ ମୃତ୍ୟୁଞ୍ଜୟ ଶତପଥୀ ଓ ମନୋରଞ୍ଜନ ତ୍ରୀପାଠୀ ଯୋଗ ଦେଇଥିଲେ l ଓଡ଼ିଶାରେ ଏହା ସିଟି କାର୍ଟର ୫ମ ସୋରୁମ୍ l ଭାରତରେ ସର୍ବମୋଟ ୧୪୫ ଗୋଟି ସିଟି କାର୍ଟ ଶାଖା ଥିବା ପରିଚାଳକ ସୂଚନା ଦେଇଛନ୍ତି l ଏହି ଅତ୍ୟାଧୁନିକ ସୋ ରୁମରେ ଛୋଟ ପିଲା, ମହିଳା ଓ ପୁରୁଷ ଙ୍କ ପାଇଁ ୯୯ ଟଙ୍କା ରୁ ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ କିସମର ପୋଷାକ ଓ ଦୈନନ୍ଦିନ ସାମଗ୍ରୀ ସୁଲଭ ଦରରେ ଉପଲବ୍ଧ ଥିବା ପରିଚାଳକ ମିଷ୍ଟର୍ ଅର୍କୋ ପ୍ରକାଶ କରିଛନ୍ତି l
What's Your Reaction?






