ସୁଭଦ୍ରା ଯୋଜନା କୁ ନେଇ ସଚେତନତା ପଦଯାତ୍ରା

କୋକସରା:ଲୋକ୍ ଆବାଜ୍.ଇନ୍(ତ୍ରିନାଥ ବେଶ୍ରାଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ରବିବାର ରାଜ୍ୟ ସରକାର ଲୋକାଭିମୁଖୀ ଯୋଜନା ସୁଭଦ୍ରା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋକସରା ବ୍ଲକ ସଭାଗୃହ ରେ ସିଡିପିଓ ସରୋଜା ଲତା ଦେଇ ଙ୍କ ତତ୍ୱାବଧାନ ରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ,ବିପିଏମ ଓଏଲଏମ ସୁରେଶ ରାଉତ ଯୋଗଦେଇ ସୁଭଦ୍ରା ଯୋଜନା ବିଷୟରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଙ୍କୁ ପରାମର୍ଶ ଦେଇଥିଲେ।ପରେ ଏକ ସଚେତନତା ରେଲି କୋକସରା ବ୍ଲକ ପରିସର ରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ବିଏଲସି ସୌମ୍ୟ ପଣ୍ଡା,ବିପିଏ ମନୋରଞ୍ଜନ ମହାନ୍ତି,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
What's Your Reaction?






