ସୁର ସରିତା ସଙ୍ଗୀତ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର: ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଟାଉନ ହଲ ଠାରେ ସଙ୍ଗୀତ ବିଦ୍ୟାଳୟ ସୁର ସରିତା ର ପ୍ରଥମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ର ପଞ୍ଚମ ସଙ୍ଗୀତ ମହା ବିଦ୍ୟାଳୟର ଗୁରୁଶ୍ରୀ ସଙ୍ଗୀତ ଭାସ୍କର ମୁରଲୀ ପତି ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ l ସମ୍ମାନିତ ଅତିଥି ଭାବରେ ସୋନପୁର କଲେଜ୍ ଅବସର ପ୍ରାପ୍ତ ପ୍ରଧ୍ୟାପକ ପୌଲସ୍ତି ସାହୁ, ଲେଖିକା ସସ୍ମିତା ମେହେର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୋନପୁର କଲେଜ୍ ଓଡ଼ିଆ ଅଧ୍ୟାପକ ସୌରଭ ରଞ୍ଜନ ଖମାରୀ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ସ୍କୁଲ୍ ଅଧ୍ୟକ୍ଷା ସରିତା ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ବିଶ୍ୱନାଥ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ l ସଙ୍ଗୀତ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ଦୁର୍ଗା ବନ୍ଦନା ନୃତ୍ୟ, ବନ୍ଦେ ଉତ୍କଳ ଜନନୀ ଜାତୀୟ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକ ଓ ଛାତ୍ର ଛାତ୍ରୀଙ୍କୁ ବିମୋହିତ କରିଥିଲା l
What's Your Reaction?