ସୌର ଶକ୍ତି ଦ୍ୱାରା ଜୀବନ ଜୀବିକା ର ସୁଦୃଢ଼ୀ କରଣ କର୍ମଶାଳା...

Oct 1, 2024 - 08:32
 0  28
ସୌର ଶକ୍ତି ଦ୍ୱାରା ଜୀବନ ଜୀବିକା ର ସୁଦୃଢ଼ୀ କରଣ  କର୍ମଶାଳା...

କଳାହାଣ୍ଡି; ଲୋକ ଆବାଜ. ଇନ(ବ୍ୟୁରୋ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟ ଠାରେ ସେବାଜଗତ ,ସେଲକୋ ଫାଉଣ୍ଡେସନ,କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ପକ୍ଷରୁ ସୋମବାର ସୌର ଶକ୍ତି ଦ୍ୱାରା ଜୀବନ ଜୀବିକା ର ସୁଦୃଢ଼ୀ କରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କଳାହାଣ୍ଡି ଦିବ୍ୟଙ୍ଗ ମଞ୍ଚ ସଭାପତି ତଥା କର୍ଲାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡ଼ିଓ ମଣ୍ଟୁ ଖମାରୀ,ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଅଗ୍ରଣୀ ଅନୁଷ୍ଠାନ ସେବାଜଗତ ର ସମ୍ପାଦକ ସତ୍ୟ ପଟ୍ଟନାୟକ,ବ୍ଲକ କୃଷି ଅଧିକାରୀ ଜିତେନ୍ଦ୍ର କୁମାର ସିଂ, ମିଶନ ଶକ୍ତି ବିପିସି ବିପିନ ବାରିକ,ସାଇଟ ସେବର ଜିଲ୍ଲା ସଂଯୋଜକ ପ୍ରିୟ ବ୍ରତ ପାଢ଼ୀ, ସେଲକୋ ଫାଉଣ୍ଡେସନ ଅରୁଣ ରଞ୍ଜନ ମିଞ୍ଜ, ସ୍ୱାଗତିକା ନାଏକ,ଗୋବିନ୍ଦ ପ୍ରଧାନ,ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ଷୋସାଇଟି ରୁ ପ୍ରଦୀପ କୁମାର ସାହୁ,ଜଗଦୀଶ ପ୍ରସାଦ ରଣା,ସେବାଜଗତ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇ ସୌର ଶକ୍ତି ର ବ୍ୟବହାର ଉପରେ ଆଲୋଚନା କରିଥିଲେ।ଏଥିରେ ୮୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ରେ ଜିଲ୍ଲା ଦିବ୍ୟଙ୍ଗ ମଞ୍ଚ କର୍ମକର୍ତ୍ତା, ମିଶନ ଶକ୍ତି ଫେଡରେଶନ ସଦସ୍ୟ, ସେବାଜଗତ ର କର୍ମଚାରୀ ମାନେ ଆୟୋଜନ ରେ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow