ସ୍କ୍ରାବ ଟାଇଫସ ରୋଗରେ କଣ୍ଟାମାଳ ରେ ପ୍ରଥମ ରୋଗୀର ମୃତ୍ୟୁ

କଣ୍ଟାମାଳ , ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ଡେଙ୍ଗୁ ମଶା ଦ୍ଵାରା ବ୍ୟାପୁଥିବା ସ୍କ୍ରାବ ଟାଇଫସ ରୋଗରେ କଣ୍ଟାମାଳ ଅଞ୍ଚଳ ତଥା ଜିଲ୍ଲାର ପ୍ରଥମ ରୋଗୀର ମୃତ୍ୟୁ ହୋଇଛି | ମୃତକ ଜଣକ ହେଲେ କଣ୍ଟାମାଳ ଥାନା ବରଡି ପଦର ଗ୍ରାମର ରମେଶ କୁମ୍ଭାର | ସେ କିଛି ଦିନ ହେବ ଅସୁସ୍ଥତା ଅନୁଭବ କରିବା ପରେତାଙ୍କ ପରିବାର ଲୋକେ କଣ୍ଟାମାଳ ଡ଼ାକ୍ତରଖାନାକୁ ନେଇଥିଲେ | ସେଠାରେ ଗୁରୁତର ହେବାରୁ ବଲାଙ୍ଗିର ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ପରୀକ୍ଷା ପରେ ସ୍କ୍ରାବ ଟାଇଫସ ରୋଗ ଚିହ୍ନଟ ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨ଦିନ ଚିକିତ୍ସା ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ବୁର୍ଲା ଡାକ୍ତର ଖାନlରୁ ଶବକୁ ଆଣି ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା ତାଙ୍କର ପିତା ଶଙ୍କର ମହାନନ୍ଦ ମୁଖାଗ୍ନି ଦେଇଥିଲେ l ରମେଶ କୁମ୍ଭାର ସିଟି ପାସ କରି ଚାକିରୀ ଅପେକ୍ଷାରେ ରହିଥିଲେ l ତାଙ୍କର 2ବର୍ଷର ଝିଅ ଟିଏ ଅଛି l ସରକାର ଙ୍କ ତରଫରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ତରଫରୁ ଦାବିହେଉଛି
What's Your Reaction?






