'ୟାର ' ସଂସ୍ଥା ତରଫରୁ ଶୀତକାଳୀନ ବସ୍ତ୍ର ବଣ୍ଟନ
ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡା ଙ୍କ ରିପୋର୍ଟ)ଅଣ ସରକାରୀ ସଂସ୍ଥା ଗୁଞ୍ଜା ଏବଂ ୟାର ଖରୀଆରର ମିଳିତ ସହଯୋଗରେ ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବହୁ ଚର୍ଚ୍ଚିତ ବଣ ପାହାଡ ଘେରା ବୋଡ଼େନ ବ୍ଲକର ପାଟଦର୍ହା, ବାହାଦୁର ପାନି,କୁଇ ମୁଣ୍ଡା,ଭଇଁସାଦାନୀ,ବାବେ ପଡା,ଘାଟି ପଡା ଓ କୋଟଗାଁର ୩୫୦ ଜଣ ପରିବାରକୁ ଶୀତକାଳୀନ ବସ୍ତ୍ର ପ୍ରଦାନ କରାଯାଇଥିଲା । ୟାର ସଂସ୍ଥାର ସଭାପତି ମହେନ୍ଦ୍ର କୁମାର ଯୋଶୀ,ବିଜୁ ପଟ୍ଟନାୟକ ସ୍ନାତକ ମହାବିଦ୍ୟାଳୟ ବୋଡ଼େନର ଜାତୀୟ ସେବା ଯୋଜନା ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ,ବରିଷ୍ଠ ଆଇନଜୀବି ହିରାଲାଳ ମାଝୀ,ସମାଜସେବୀ ଯୁଧିଷ୍ଠିର ସାହୁଙ୍କ ସମେତ ୟାର ସଂସ୍ଥାର କର୍ମକର୍ତ୍ତା ଏହି ଅଞ୍ଚଳରେ ବୁଲି ବୁଲି ଶୀତକାଳୀନ ବସ୍ତ୍ର ପ୍ରଦାନ କରିଥିଲେ ।ସର୍ବ ପ୍ରଥମେ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଭଇଁସାଦାନୀ ଠାରେ ତାଲିମ ନେଉଥିବା ୧୫ ଜଣ ବାଉଁଶ ଶିଳ୍ପୀଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ତଦପରେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଜଙ୍ଗଲ ଘେରା ପାଟଦର୍ହା ଅଞ୍ଚଳ ଯେଉଁଠି ପ୍ରଚୁର ମାତ୍ରାରେ ଶୀତ ଅନୁଭୂତ ହେଉଥିବାରୁ ଏହି ଅଞ୍ଚଳର ଉପରୋକ୍ତ ଗ୍ରାମ ଗୁଡିକରେ ଗରିବ ଲୋକ ମାନଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା।
What's Your Reaction?