କଣ୍ଟାମାଳ ପଂଚାୟତ ଠାରେ ଆରମ୍ଭ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Nov 21, 2024 - 07:33
 0  5
କଣ୍ଟାମାଳ ପଂଚାୟତ ଠାରେ ଆରମ୍ଭ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆରମ୍ଭ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ନିଜେ ରକ୍ତଦାନ କରି ଯୁବବର୍ଗଙ୍କୁ ଉତ୍ସାହିତ କରିଥିଲେ l

ପରେ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି ମୁଖ୍ୟଅତିଥି, କଣ୍ଟାମାଳ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ସମାଜସେବୀ ଶ୍ରୀକାନ୍ତ ମିଶ୍ର, ଆଇନଜୀବୀ ଶେଷଦେବ ବଗର୍ତ୍ତି, ଶମ୍ଭୁ ପ୍ରସାଦ ସାହୁ,ବିଜେପି ନେତା ମଧୁସୂଦନ ବାଘ, ଦୀପକ ବାରିକ, ବିଜେପି ଜିଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ଘଣ୍ଟାପଡା ମଣ୍ଡଳ ସଭାପତି ପିନାକଧର ରଣା, କଣ୍ଟାମାଳ ମଣ୍ଡଳ ସଭାପତି ଅନିଳ ପ୍ରଧାନ, ସମାଜସେବୀ ସୌଭାଗ୍ୟ ବେହେରା, ଠାକୁର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ l ଭୀମସାର ବୁର୍ଲା ରକ୍ତ ଭଣ୍ଡାର ପକ୍ଷରୁ ଡା. ସ୍ୱସ୍ତିକ କୁମାର ଦାଶ, କାଉନସେଲର ମଣ୍ଟୁ ପ୍ରଧାନ, ଟେକନିକାଲ କରୁଣାକର ସାହୁ ଓ ଜଗଦିଶ ସାହୁ ଏବଂ ଆଟେନଡେଣ୍ଟ ଗଣେଶ ପ୍ରଧାନ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ l ଆରମ୍ଭ ଅନୁଷ୍ଠାନ ସଭାପତି ଯଦୁବିହାରୀ ବାଘ, ସମ୍ପାଦକ ଉମେଶ ରଣା, ମହେନ୍ଦ୍ର କୁମାର ସାହୁ, ଗୁଲୁ ମହାପାତ୍ର, ରାମ ତଥା ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow